ପୁଣି ପୁଲିସ- ମାଓବାଦୀ ମୁହାଁମୁହିଁ: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଦୁଇ ଯବାନ ଗୁରୁତର

ବାଲିଗୁଡ଼ା: କିଛି ଦିନର ନିରବତା ପରେ ପୁଣି ପୁଲିସ- ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଏସଓଜି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଜଣ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି। କିଛି ଦିନ ହେଲା ମାଓବାଦୀମାନେ ସର୍ଲା ଜଙ୍ଗଲରେ କ୍ୟାମ୍ପ କରି ରହି ଆସୁଥିଲେ। କନ୍ଧମାଳ ଏସପି ସୂଚନା ପାଇ କମ୍ବିଂ ଅପରେସନ ପାଇଁ ନିର୍ଦେଶ ଦେଇଥିଲେ। ସୂଚନା ଅନୁସାରେ ୨ ଯବାନ ବିସ୍ଫୋରଣ ସମୟରେ ଆହତ ହୋଇଛନ୍ତି।

Spread the love