ଲଣ୍ଡନର ୱାର୍ଲଡ ବୁକ ଅଫ ରେକର୍ଡରେ ୨ ଓଡିଆ

ଭୁବନେଶ୍ୱର: ଲଣ୍ଡନର ୱାର୍ଲଡ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ ସମାଜସେବୀ ଡକ୍ଟର ବଦ୍ରୀନାଥ ପଟ୍ଟନାୟକଙ୍କ ନାମ । ସେଥିପାଇଁ ଭୁବନେଶ୍ୱରର କ୍ରାଉନ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ୱାର୍ଲଡ ବୁକ ଅଫ ରେକର୍ଡର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ ଶୁକ୍ଲା ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ ସମାଜସେବୀ ବଦ୍ରୀନାଥ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ପାଇକ ବିଦ୍ରୋହକୁ ନେଇ ରଚନା ଯୋଗୁଁ, ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ୱାର୍ଲଡ ବୁକ ଅଫ ରେକର୍ଡରେ ଏବଂ  ସମାଜସେବୀ ଡକ୍ଟର ବଦ୍ରୀନାଥ ପଟ୍ଟନାୟକ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ପାଇଁ ଜଷ୍ଟିସ ବିପି ଦାସ କମିଶନଙ୍କ ପାଖରେ ୧୧ ହଜାରୁ ଅଧିକ ଆଫିଡେଭିଟ ଦାଖଲ କରିଥିଲେ,ତେଣୁ ତାଙ୍କ ନାମ ୱାର୍ଲଡ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବା ଜଣାପଡିଛି ।

Spread the love