୯ଟି କଲେଜର ପରୀକ୍ଷା ଫଳ ‘ଶୂନ’

ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ମୋଟ ୯୭, ୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୭୦,୭୦୬ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୨୯ଟି କଲେଜରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ତେବେ ୯ଟି କଲେଜର ପରୀକ୍ଷା ଫଳ ‘ଶୂନ’ ହୋଇଛି । ଅର୍ଥାତ୍ ଏହି କଲେଜର ସମସ୍ତ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି । ରେଜଲ୍ଟ ଶୂନ ଥିବା ୯ଟି କଲେଜରୁ ଦୁଇଟି କଲେଜ ଭୁବନେଶ୍ୱରର ରହିଛି।

ଏ ନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଏହି ସବୁ କଲେଜ୍‌ ଗୁଡ଼ିକର କୌଣସି ଛାତ୍ରଛାତ୍ରୀ କାହିଁକି ପାସ୍ ହୋଇନାହାନ୍ତି, ସେନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରେଜଲ୍ଟ ଶୂନ ଥିବା ୯ଟି କଲେଜ ଗୁଡିକ ହେଲା:-

୧-ଶ୍ରୀ ଜଗନ୍ନାଥ ଦେବ ହାଇସ୍କୁଲ, ମଣ୍ଡଳ (ବଲାଙ୍ଗିର)

୨-ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ହାଇସ୍କୁଲ

୩-କଳା ସଂସ୍କୃତି ହାଇସ୍କୁଲ ସରଖିଆ (ଢେଙ୍କାନାଳ)

୪-ବେଲଗୁଣ୍ଠ ମହିଳା ହାଇସ୍କୁଲ (ବେଲଗୁଣ୍ଠ-ଗଞ୍ଜାମ)

୫-କେପିଡି ମହିଳା ହାଇସ୍କୁଲ ଦଶପଲା (ନୟାଗଡ଼)

୬-ଏସଆରଏମଏସ୍‌ସି ହାଇ ସ୍କୁଲ (ଭୁବନେଶ୍ୱର)

୭-ନାନୋ ହାଇସ୍କୁଲ (ସହିଦନଗର,ଭୁବନେଶ୍ୱର)

୮-ଶ୍ରୀ ଅରବିନ୍ଦ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ରିସର୍ଚ୍ଚ

୯-ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି ହାଇସ୍କୁଲ

Spread the love