ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ ଜେଲ୍‌ଦଣ୍ଡ, ୨୦ହଜାର ଟଙ୍କାର ଜୋରିମାନା ଆଦେଶ

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ ଜେଲଦଣ୍ଡ। ଦଣ୍ଡାଦେଶ କରିଛନ୍ତି ଫୁଲବାଣୀ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ। ଅଭିଯୁକ୍ତ ଜି. ଉଦୟଗିରି ଥାନା ଅଞ୍ଚଳର ଅନଙ୍ଗ ନାୟକ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ କରିବା ସହ ୨୦ହଜାର ଟଙ୍କାର ଜୋରିମାନା ଆଦେଶ ଦେଇଛନ୍ତି। ଅନାଦେୟ ଅଧିକ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଫୁଲବାଣୀ ପୋକ୍‌ସୋ କୋର୍ଟର ସ୍ୱତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା। ୨୦୨୦ ସେପ୍ଟେମ୍ବର ୨୨ରେ ୫ବର୍ଷିଆ ନାବାଳିକା ନିଜଘର ଆଗରେ ଖେଳୁଥିବା ସମୟରେ ଅଭିଯୁକ୍ତ ନାବାଳିକାକୁ ଘରକୁ ନେଇ ଦୁଷ୍କର୍ମ କରିଥିଲା। ପରେ ନାବାଳିକା ଜଣକ ତାଙ୍କ ମାଆଙ୍କୁ ଘଟଣା ସଂପର୍କରେ କହିବା ପରେ ପୀଡ଼ିତାଙ୍କ ମାଆ ଜି. ଉଦୟଗିରି ଥାନାରେ ଅଭିଯୁକ୍ତ ନାଁରେ ଏତଲା ଦେଇଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୫ଜଣ ସାକ୍ଷୀ ଓ ମେଡ଼ିକାଲ ରିପୋର୍ଟକୁ ଭିତ୍ତି କରି ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ବିଚାରପତି।

Spread the love