ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ। ଦୋଷୀ କାଳିଆ ଓରଫ ରତିକାନ୍ତ ଦାସ ଦୋଷୀ ସାବ୍ୟସ୍ତ।ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର ପକସୋ କୋର୍ଟ। ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା। ଜରିମାନା ଅନାଦେୟ ୬ ମାସ ସଶ୍ରମ କାରାଦଣ୍ଡ। ୨୦ ଜଣ ସାକ୍ଷୀ ଓ ୨୬ ଟି ତଥ୍ୟପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ।

୨୦୧୬ ଅଗଷ୍ଟ ୨୮ ରେ କଟକ ସଦର ଅଞ୍ଚଳରେ ସାଢ଼େ ୪ ବର୍ଷ ନାବାଳିକାକୁ ହୋଇଥିଲା ଦୁଷ୍କର୍ମ। ପିଡ଼ିତାକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ। ସେଥିରୁ ୪ ଲକ୍ଷ ଟଙ୍କା ୬ ବର୍ଷ ପାଇଁ ଫିକ୍ସ ଡିପୋଜିଟ ଓ ଅନ୍ୟ ୩ ଲକ୍ଷ ଟଙ୍କା ନଗଦ ଆକାରରେ ପ୍ରଦାନ ପାଇଁ ନିର୍ଦ୍ଦେଶ। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ସ୍ୱତନ୍ତ୍ର ପିପି ପ୍ରତାପ କୁମାର ନାୟକ।
Spread the love