୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ, ୨ ଲକ୍ଷ କୋଟି ବ୍ୟୟବରାଦ

ଭୁବନେଶ୍ଵର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶନିବାର ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଫେବୃଆରୀ ୧ରେ କେନ୍ଦ୍ର ସରକାର ବଜେଟ୍ ଉପସ୍ଥାପନ କରିବା ପରେ ଓଡିଶା ସରକାର କାମଚଳା ବଜେଟ୍ ଉପସ୍ଥାପନ କରିଥିଲେ। ତେବେ ଆଜି ଉପସ୍ଥାପିତ ପୂର୍ଣ୍ଣାଙ୍ଗ ବଜେଟରେ ୨ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବଜେଟ୍‌ରେ କୃଷି ବିକାଶ ଉପରେ ଗୁରୁତ୍ଵାରୋପ କରାଯାଇଛି। କୃଷି ଉଦ୍ୟୋଗ ସୁଯୋଗ ସୃଷ୍ଟି କ୍ଷେତ୍ରକୁ ଧ୍ୟାନ ଦିଆଯାଇଛି। କୃଷି ବଜେଟ୍ ପାଇଁ ୨୧ ହଜାର ୧୬୬ କୋଟିବ୍ୟୟ ବରାଦ କରାଯାଇଛି।

କୃଷି ଋଣ ପାଇଁ ୮୯୩ କୋଟିର ବ୍ୟୟବରାଦ କରାଯାଇଛି। ଚାଷୀଙ୍କୁ ୨ ପ୍ରତିଶତ ସୁଧରେ ଚାଷୀଙ୍କୁ ଋଣ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ଜଳନିଧି  ଯୋଜନା ପାଇଁ ୨୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କୁକୁଡା ଚାଷ ପାଇଁ ୧୦୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ପଶୁଧନ ବିକାଶ ପାଇଁ ପାଣ୍ଠି ବ୍ୟବସ୍ଥା  କରାଯାଇଛି।

ସେହି ପରି ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟବରାଦ କରାଯାଇଛି। କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୧୨ କୋଟି ଟଙ୍କା ଏବଂ ଜଳସେଚନ ପାଇଁ କୋରାପୁଟରେ ଝଞ୍ଜାବତୀ ପ୍ରକଳ୍ପ ଆରମ୍ଭ ଯୋଜନା କରାଯାଇଛି। କୃଷି ବଜେଟରେ ୧୨,୫୦୦ ନଳକୂପ ଖନନ ପାଇଁ ୪୦୦ କୋଟି ବ୍ୟୟବରାଦ କରାଯାଇଛି। ୫୩୮ କ୍ଷୁଦ୍ର ଜଳସେଚନ ପ୍ରତିଷ୍ଠା ଲକ୍ଷ୍ୟ ରଖାଯାଇଛି।

Spread the love