୨୦୨୨-୨୩ ଆର୍ଥିକ ବଜେଟ୍‌: ଜାଣନ୍ତୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କେଉଁ କ୍ଷେତ୍ରକୁ ମିଳିଲା କେତେ କୋଟି ?

ଭୁବନେଶ୍ୱର, ୦୨/୦୭: ୨୦୨୨-୨୩ ଆର୍ଥିକ ବର୍ଷରେ ୨ ଲକ୍ଷ କୋଟି ଟଙ୍କାର ବଜେଟ ବିଧାନସଭାରେ ଉପସ୍ଥାପନ କଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ବାବଦରୁ ୩୬ ହଜାର ୩୩ କୋଟି ଟଙ୍କା ବୟ ବରାଦ ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ରୂପନ୍ତରିକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨ ହଜାର ୬୭୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଅଧିନରେ ୨ ହଜାର ୩୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଶିକ୍ଷା ଓ ଦକ୍ଷତା ବିକାଶ ଲାଗି ୨୭ ହଜାର ୩୨୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏଥିରେ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିକରଣ ହେବ । ମନ୍ଦିର ଗୁଡିକର ବିକାଶ ଫୋକସରେ ରହିଛି । ଏଥିପାଇଁ ୧ ହଜାର ୯୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ସେହିପରି ରାସ୍ତା ନଥିବା ଗାଁକୁ ରାସ୍ତା କରିବା ଲାଗି ୧୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ବେଳେ ପ୍ରତ୍ୟେକ ବ୍ଲକରେ ବସ ଷ୍ଟାଣ୍ଡ କରିବା ପାଇଁ ନିଷ୍ପତ୍ତି ହୋଇଛି । ବ୍ଲକ ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ କ୍ରୀଡା ପ୍ରକଳ୍ପ କରିବା ପାଇଁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଅନ୍ୟୁପଟେ ବସୁଧା ଯୋଜନାରେ ୧୮୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । new city development schemeରେ ୩୩୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବଂ ବିଜୁ ପକ୍କା ଘର ପାଇଁ ୫ ହଜାର ୯୦୬ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ମିଶନ ଶକ୍ତି ବିଭାଗ ପାଇଁ ୨ ହଜାର କୋଟି ଟଙ୍କାର ବ୍ୟୟ ବରାଦ । ଶକ୍ତି କ୍ଷେତ୍ରରେ ୩ ହଜାର ୪୮୨ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ଗୃହ ବିଭାଗ ପାଇଁ ୭ ହଜାର ୫୫୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

Spread the love