୨୦୨୨-୨୩ ପୂର୍ଣ୍ଣାଙ୍ଗ ବଜେଟ୍: ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ କୋଟି
ଭୁବନେଶ୍ଵର: ୨୦୨୨-୨୩ ଆର୍ଥିକ ବର୍ଷରେ ୨ ଲକ୍ଷ କୋଟି ଟଙ୍କାର ବଜେଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ବାବଦରୁ ୩୬ ହଜାର ୩୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଉପରେ ଗୁରୁତ୍ୱ ଦିଆଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨ ହଜାର ୬୭୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।
କୃଷି ବଜେଟ୍
ଚଳିତ ବର୍ଷ କୃଷି ବଜେଟ ପାଇଁ ୨୧ ହଜାର ୧୬୬ କୋଟି ବ୍ୟୟ ବରାଦ କରାଯାଇଛି। ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମରେ ୩୧୨ କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ଚଳିତ ବର୍ଷ ୨ ଲକ୍ଷ ୮୦ ହଜାର ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ ରଖାଯାଇଛି। ବନ୍ୟା ନିଯନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୯୬୮ କୋଟି ବ୍ୟୟ ବରାଦ।
– ୧୨, ୫୦୦ ନଳକୂପ ଖନନ ହେବ ବ୍ୟୟବରାଦ ୪୦୦ କୋଟି
– ବନ୍ୟା ନିୟନ୍ତ୍ରଣ ପାଇଁ ୯୬୮ କୋଟି ଟଙ୍କା ବ୍ୟୟ ବରାଦ
– ପାର୍ବତୀ ଗିରି ଯୋଜନା ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୧୦, ୭୫୯ କୋଟି
– ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ
– କୁକୁଡ଼ା ଚାଷବିକାଶପାଇଁ୧୦୨ କୋଟି
ସ୍ଵାସ୍ଥ୍ୟ ଏବଂ ଶିକ୍ଷା
-ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୨,୧୫୬ କୋଟି ବ୍ୟୟ ବରାଦ
-ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭, ୩୨୪ କୋଟି
-ମୋ ସ୍କୁଲ ଅଭିଯାନ ପାଇଁ ୬୪୬ କୋଟି ବ୍ୟୟ ବରାଦ
-ଜନସ୍ବାସ୍ଥ୍ୟ ସେବା ପାଇଁ ୧୨, ୬୨୪ କୋଟି ବ୍ୟୟ ବରାଦ
-ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨,୬୬୪ କୋଟି ବ୍ୟୟ ବରାଦ
କାଳିଆ ଯୋଜନା ଏବଂ ଜଳସେଚନ
– କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟବରାଦ
– କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି ବ୍ୟୟବରାଦ
– ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟବରାଦ
-କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୨୨ କୋଟି
– ଜଳସେଚନ ପାଇଁ କୋରାପୁଟରେ ଝଞ୍ଜାବତୀ ପ୍ରକଳ୍ପ ଆରମ୍ଭ ଯୋଜନା
ଶିକ୍ଷା ଏବଂ ପର୍ଯ୍ୟଟନ
-ଉଚ୍ଚ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ପାଇଁ ୧୬୫ କୋଟି
-ଲ୍ୟାପଟପ୍, ବୃତ୍ତି ଓ ତାଲିମ ପାଇଁ ୪୬ କୋଟି
-ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଓ ପରିଚାଳନା ପାଇଁ ୩୭୫ କୋଟି
-ପର୍ଯ୍ୟଟନର ପ୍ରସାର ପାଇଁ ୧୭୦ କୋଟିର ବ୍ୟୟ ବରାଦ
-ନିର୍ମାଣାଧୀନ କ୍ରୀଡ଼ା ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ ୧୫ ଶହ କୋଟି
ସଡ଼କ, ରେଳ, ବନ୍ଦର ଓ ସଂଯୋଗୀକରଣ ପାଇଁ ୧୪, ୪୫୪ କୋଟି
-ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ୨,୯୭୦ କୋଟି
-ପୂର୍ତ୍ତ ବିଭାଗ ପାଇଁ ୮, ୩୮୩ କୋଟି
-ସଡ଼କ ବିକାଶ କାର୍ଯ୍ୟକ୍ରମରେ ୨, ୫୪୫ କୋଟି
-ସଡ଼କ ଓ ସେତୁ ନିର୍ମାଣ ଓ ଉନ୍ନତିକରଣ ପାଇଁ ୭୦୦ କୋଟି
-ବିଜୁ ଏକ୍ସପ୍ରେସ ୱେ ପାଇଁ ୩୦୦ କୋଟି
-ବିଜୁ ସେତୁ ଯୋଜନା ପାଇଁ ୧, ୬୮୮ କୋଟି
SDRF ପାଇଁ ୨,୨୪୬ ଓ NDRF ପାଇଁ ଖର୍ଚ୍ଚ ହେବ ୯୬୪ କୋଟି
-OUTR ଭିତ୍ତିଭୂମୀର ବିକାଶ ପାଇଁ ଦେଢ଼ ହଜାର କୋଟିର ବ୍ୟବରାଦ
-ଧାର୍ମିକ କ୍ଷେତ୍ରରେ ବିକାଶ ପାଇଁ ୧, ୯୫୦ କୋଟି
-ଅବଢ଼ା ଯୋଜନା ପାଇଁ ୧, ୩୨୫ କୋଟି
-ଏକାମ୍ର ଓ ସମଲେଇ ପାଇଁ ୨୦୦ କୋଟି ଲେଖାଏଁ ବ୍ୟବରାଦ
-ଯୋଜନା ଓ ସଂଯୋଜନା ପାଇଁ ୩ ହଜାର ୩୫ କୋଟି
ମୋ ସ୍କୁଲ ଅଭିଯାନ
-ମୋ ସ୍କୁଲ ଅଭିଯାନ ପାଇଁ ୬୪୬ କୋଟି ଟଙ୍କା ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ୧୦୦ କୋଟି
-ସମଗ୍ର ଶିକ୍ଷାପାଇଁ ୩ ହଜାର ୫୮୧ କୋଟି କେବଳ ମଧ୍ୟାହ୍ନଭୋଜନ ପାଇଁ ୮୫୧ କୋଟି
-ବିପର୍ଯ୍ୟୟ ପରିଚାଳନା ପାଇଁ ୩ ହଜାର ୬୧ କୋଟି