୨୦୨୨-୨୩ ପୂର୍ଣ୍ଣାଙ୍ଗ ବଜେଟ୍: କୃଷି କ୍ଷେତ୍ର ପାଇଁ ୨୧ ହଜାର ୧୬୬ କୋଟି ବ୍ୟୟ ବରାଦ

ଭୁବନେଶ୍ଵର: ୨୦୨୨-୨୩ ଆର୍ଥିକ ବର୍ଷରେ ୨ ଲକ୍ଷ କୋଟି ଟଙ୍କାର ବଜେଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ବାବଦରୁ ୩୬ ହଜାର ୩୩ କୋଟି ଟଙ୍କା ବୟ ବରାଦ ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଉପରେ ଗୁରୁତ୍ୱ ଦିଆଯାଇଛି । କୃଷି କ୍ଷେତ୍ର ପାଇଁ ୨୧ ହଜାର ୧୬୬ କୋଟି ବ୍ୟୟ ବରାଦ କରାଯାଇଛି।  କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

କୃଷି ବଜେଟ୍

ଚଳିତ ବର୍ଷ କୃଷି ବଜେଟ ପାଇଁ ୨୧ ହଜାର ୧୬୬ କୋଟି ବ୍ୟୟ ବରାଦ କରାଯାଇଛି। ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମରେ ୩୧୨ କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ଚଳିତ ବର୍ଷ ୨ ଲକ୍ଷ ୮୦ ହଜାର ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ ରଖାଯାଇଛି। ବନ୍ୟା ନିଯନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୯୬୮ କୋଟି ବ୍ୟୟ ବରାଦ। ପ୍ରତିଷ୍ଠା ହେବ ବୃହତ ସେଚ ପ୍ରକଳ୍ପ। ୨ ଲକ୍ଷ ୮୦  ହଜାର ହେକ୍ଟର ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟ ରଖାଯାଇଛି।

କୃଷି ଋଣ ପାଇଁ ୮୯୩ କୋଟିର ବ୍ୟୟବରାଦ କରାଯାଇଛି। ଚାଷୀଙ୍କୁ ୨ ପ୍ରତିଶତ ସୁଧରେ ଚାଷୀଙ୍କୁ ଋଣ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ଜଳନିଧି  ଯୋଜନା ପାଇଁ ୨୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କୁକୁଡା ଚାଷ ପାଇଁ ୧୦୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ପଶୁଧନ ବିକାଶ ପାଇଁ ପାଣ୍ଠି ବ୍ୟବସ୍ଥା  କରାଯାଇଛି।

ସେହି ପରି ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟବରାଦ କରାଯାଇଛି। କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୧୨ କୋଟି ଟଙ୍କା ଏବଂ ଜଳସେଚନ ପାଇଁ କୋରାପୁଟରେ ଝଞ୍ଜାବତୀ ପ୍ରକଳ୍ପ ଆରମ୍ଭ ଯୋଜନା କରାଯାଇଛି। କୃଷି ବଜେଟରେ ୧୨,୫୦୦ ନଳକୂପ ଖନନ ପାଇଁ ୪୦୦ କୋଟି ବ୍ୟୟବରାଦ କରାଯାଇଛି। ୫୩୮ କ୍ଷୁଦ୍ର ଜଳସେଚନ ପ୍ରତିଷ୍ଠା ଲକ୍ଷ୍ୟ ରଖାଯାଇଛି।

– ୧୨, ୫୦୦ ନଳକୂପ ଖନନ ହେବ  ବ୍ୟୟବରାଦ ୪୦୦ କୋଟି

– ବନ୍ୟା ନିୟନ୍ତ୍ରଣ ପାଇଁ ୯୬୮ କୋଟି ଟଙ୍କା ବ୍ୟୟ ବରାଦ

– ପାର୍ବତୀ ଗିରି ଯୋଜନା ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୧୦, ୭୫୯ କୋଟି

– ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ

 – କୁକୁଡ଼ା ଚାଷ ବିକାଶ ପାଇଁ୧୦୨ କୋଟି

– କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟବରାଦ

– କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି ବ୍ୟୟବରାଦ

– ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟବରାଦ

-କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୨୨ କୋଟି

– ଜଳସେଚନ ପାଇଁ କୋରାପୁଟରେ ଝଞ୍ଜାବତୀ ପ୍ରକଳ୍ପ ଆରମ୍ଭ ଯୋଜନା

Spread the love