ଫେବ୍ରୁଆରୀ ୨୦ରୁ ନବମ ଶ୍ରେଣୀ ପରୀକ୍ଷା

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର। ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ତାରିଖ ଘୋଷଣା । ମାର୍ଚ୍ଚ ୧୦ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ୧୦ରୁ ୧୭ ମାର୍ଚ୍ଚ ଯାଏଁ ପରୀକ୍ଷା ଚାଲିବ । ଖୁବଶୀଘ୍ର ଫର୍ମଫିଲପ ପାଇଁ ନୋଟିଫିକେସନ ଆସିବ । ପରୀକ୍ଷା ସମ୍ପର୍କରେ ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ସେହିପରି ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ । ଏହି ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ ୧୧ ଯାଏଁ ଚାଲିବ । ରାଜ୍ୟର ୫ଲକ୍ଷ ୪୩ ହଜାର ଛାତ୍ରାଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବେ । ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ହେବ । ଅନ୍ୟପକ୍ଷରେ ଫେବ୍ରୁଆରୀ ୨୦ ତାରିଖରୁ ୯ମ ପରୀକ୍ଷା ଆରମ୍ଭ ହେବ । ୨୦ ତାରିଖରୁ ୨୫ ତାରିଖ ଯାଏଁ ଚାଲିବ ୯ମ ଶ୍ରେଣୀ ପରୀକ୍ଷା ।

Spread the love