ବିରୋଧୀଙ୍କୁ ଦମନ କରିବାର ଶାସକ ବିଜେଡିର ପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ: ଜୁଏଲ ଓରାମ

ଭୁବନେଶ୍ୱର : ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଯୁବମୋର୍ଚ୍ଚା ଆରମ୍ଭ କରିଥିବା ସଂଗ୍ରାମ ପ୍ରତି ରାଜ୍ୟବାସୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି । ବିରୋଧୀଙ୍କୁ ଦମନ କରିବାର ଶାସକ

Read more

୩୬ ଘଣ୍ଟା ପରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ପୁରୀ: ଅଗ୍ନଶମ କର୍ମଚାରୀମାନଙ୍କ ଦୀର୍ଘ ୩୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି। ଏନେଇ ସ୍ଥାନୀୟ ଅଗ୍ନିଶମ ବିଭାଗ

Read more

ତୃତୀୟ ଥର ପାଇଁ ଚୀନ୍‌ର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସି ଜିନ୍‌ପିଙ୍ଗ୍‌

ବେଜିଙ୍ଗ୍‌: ଆଜି ଚୀନ୍‌ର ସଂସଦ ସର୍ବସମ୍ମତିକ୍ରମେ ସି ଜିନ୍‌ପିଙ୍ଗ୍‌ଙ୍କୁ ତୃତୀୟ ଥର ପାଇଁ ଦେଶର ରାଷ୍ଟ୍ରପତି ତଥା ଦେଶର ‘ସେଣ୍ଟ୍ରାଲ୍‌ ମିଲିଟାରି କମିସନ୍‌’ର ଅଧ୍ୟକ୍ଷ ଆସନ ଗ୍ରହଣ

Read more

ତାପ ସଂରକ୍ଷିତ ଯାନ ଓ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନର ଶୁଭାରମ୍ଭ

ଭୁବନେଶ୍ବର : ରାଜ୍ୟରେ ସମସ୍ତ ଟିକାର ନିରାପଦ ପରିବହନ ପାଇଁ ରାଜ୍ୟ ଔଷଧ ନିଗମ ପକ୍ଷରୁ ୧୦ଟି ତାପ ସଂରକ୍ଷିତ ଯାନ କିଣାଯାଇଛି। ନୂତନ ଭାବେ କିଣା

Read more

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା: ୩୨୧୮ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ

କଟକ: ଆଜିଠାରୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନରେ ପରୀକ୍ଷାର୍ଥୀମାନେ ମାତୃଭାଷା ପରୀକ୍ଷା ଦେଉଛନ୍ତି। ରାଜ୍ୟର ମୋଟ ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଛି।  ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ମାଟ୍ରିକ୍), ମଧ୍ୟମା (ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍(ଓପନ୍ ସ୍କୁଲ)ର ଦ୍ବିତୀୟ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ–୨) ପରୀକ୍ଷା ଆଜିଠାରୁ ସକାଳ ୮ଟାରୁ ଆରମ୍ଭ ହେଇଛି। ପରୀକ୍ଷା ପୂର୍ବାହ୍ନ ୧୦ଟାରେ ସରିବ। କେବଳ ଗଣିତ ପରୀକ୍ଷା ୧୦ଟା ୧୫ରେ ସରିବ। ପରୀକ୍ଷା ମାର୍ଚ୍ଚ ୨୦ତାରିଖ ପର୍ଯ୍ୟନ୍ତ ଚାଲିବ।  ପରୀକ୍ଷାର୍ଥୀଙ୍କ ପାଇଁ ସକାଳ ୭ଟାରୁ ପରୀକ୍ଷା କେନ୍ଦ୍ର ଖୋଲା ରହିଥିଲା। ମାଟ୍ରିକ ରେ‌ଗୁଲାର, ଏକ୍ସରେଗୁଲାର, ପତ୍ରବିନିମୟ ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ସମାନ ରହିବ। ସେହିପରି ମଧ୍ୟମାର ରେଗୁଲାର, ଏକ୍ସ ରେଗୁଲାର ଓ ଓପନ୍‌ ସ୍କୁଲର ପୁରୁଣା, ନୂଆ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର ମଧ୍ୟ ସମାନ ରହିବ। ଏଏସ୍‌-୧ ଭଳି ଏସ୍‌ଏ–୨ର ପ୍ରଶ୍ନପତ୍ର ଢ଼ାଞ୍ଚା ସମାନ ରହିବ। ‌ଭୋକେସନାଲ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ ନମ୍ବର ପରୀକ୍ଷା କରାଯିବ। ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ(ଏମ୍‌ସିକ୍ୟୁ) ପ୍ରଶ୍ନ ଆସିବ ଯାହାର ଉତ୍ତରକୁ ଓଏମ୍‌ଆର୍‌ ସିଟ୍‌ରେ ପୂରଣ କରାଯିବ। ଅବଶି‌ଷ୍ଟ ୩୦ ନମ୍ବର ସବ୍‌ଜେକ୍ଟିଭ୍‌ ପ୍ରଶ୍ନ ଆସିବ ଓ ଏହାର ଉତ୍ତର ପ୍ରଶ୍ନପତ୍ର ବୁକ୍‌ଲେଟ୍‌ରେ ଲେଖିବାକୁ ପଡ଼ିବ। ଗଣିତ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ମିଳିବ ଅର୍ଥାତ୍‌ ଗଣିତ ପରୀକ୍ଷା ଅବଧି ୨ଘଣ୍ଟା ୧୫ ମିନିଟ୍ ରହିବ। ବୋର୍ଡ କାର୍ଯ୍ୟସୂଚୀ ଅନୁସାରେ ମାର୍ଚ୍ଚ ୧୦ ତାରିଖ ଶୁକ୍ରବାର ଦିନ ପ୍ରଥମ ଭାଷା (ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲଗୁ, ଅଲଟରନେଟିଭ ଇଂରାଜୀ), ୧୩ ତାରିଖ ସୋମବାର ଦିନ ଦ୍ବିତୀୟ ଭାଷା (ଇଂରାଜୀ, ହିନ୍ଦୀ, ମୂକ ଓ ବଧିରଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା), ୧୪ତାରିଖ ମଙ୍ଗଳବାର ତୃତୀୟ ଭାଷା( ହିନ୍ଦୀ, ଓଡ଼ିଆ, ପାର୍ସି, ସଂସ୍କୃତ), ୧୬ତାରିଖ ଗୁରୁବାର ସାଧାରଣ ବିଜ୍ଞାନ, ୧୮ତାରିଖ ଶନିବାର ସାମାଜିକ ବିଜ୍ଞାନ, ୨୦ ତାରିଖ ସୋମବାର ଗଣିତ ପରୀକ୍ଷା ଅନୁଷ୍ଠିତ ହେବ। ‌ଭୋକେସନାଲ ଟ୍ରେଡ ପ୍ରାକ୍ଟିକାଲ ପରୀକ୍ଷା ନିଜ ନିଜ ସ୍କୁଲରେ ଫେବ୍ରୁଆରି ୧୫ରୁ ୧୮ତାରିଖ ମଧ୍ୟରେ ଅନୁ‌ଷ୍ଠିତ ହେବ। ମଧ୍ୟମା(ସଂସ୍କୃତ‌ ଟୋଲ) ପରୀକ୍ଷା କାର୍ଯ୍ୟସୂଚୀ ଅନୁସାରେ, ମାର୍ଚ୍ଚ ୧୦ରେ ପେପର–୪(ଓଡ଼ିଆ), ମାର୍ଚ୍ଚ ୧୩ ରେ ପେପର–୮(ଇଂରାଜୀ), ମାର୍ଚ୍ଚ ୧୪ ରେ ପେପର–୨(ସଂସ୍କୃତ ସାହିତ୍ୟମ୍‌), ମାର୍ଚ୍ଚ ୧୫ ରେ ପେପର–୧(ସଂସ୍କୃତ ବ୍ୟାକରଣ ଓ ଦର୍ଶନ), ମାର୍ଚ୍ଚ ୧୬ରେ ପେପର–୬(ସାଧାରଣ ବିଜ୍ଞାନ), ମାର୍ଚ୍ଚ ୧୭ରେ ପେପର–୩ (ପ୍ରୟୋଗାତ୍ମକ ସଂସ୍କୃତ), ମାର୍ଚ୍ଚ ୧୮ ତାରିଖରେ ପେପର–୭ (ସାମାଜିକ ବିଜ୍ଞାନ) ଓ ମାର୍ଚ୍ଚ ୨୦ ତାରିଖ ପେପର–୫(ଗଣିତ) ପରୀକ୍ଷା ହେବ। ମଧ୍ୟମାରେ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଂରାଜୀ ବିଷୟ ପରୀକ୍ଷାରେ ୩୦ ନମ୍ବର ସବ୍‌ଜେକ୍ଟିଭ୍ ଓ ୩୦ ନମ୍ବର ଅବ୍‌ଜେକ୍ଟିଭ୍ ଏହିପରି ମୋଟ ୬୦ ନମ୍ବର ପରୀକ୍ଷା ହେବ। ଅନ୍ୟ ବିଷୟରେ ୩୦ ମାର୍ଚ୍ଚ ସବ୍‌ଜେକ୍ଟିଭ୍ ଓ ୫୦ ନମ୍ବର ଅବ୍‌ଜେକ୍ଟିଭ୍ ପରୀକ୍ଷା କରାଯିବ।

Read more

ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସକାଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ରାଜଧାନୀର ସୟଦ ମମତାଜ ଅଲି ହାଇସ୍କୁଲ(ଡୁମଡୁମା)

Read more

ସାଇବର ଠକେଇର ଶିକାର ହେଲେ ନବ ଦାସଙ୍କ ଝିଅ ଦୀପାଲି

ସାଇବର ଠକେଇର ଶିକାର ଦୀପାଲି ଦାସ । ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ହେଉଛନ୍ତି ଦୀପାଲି ଦାସ । ମାର୍ଚ୍ଚ ୬ରେ ସେ ସାଇବର ଠକେଇର

Read more

ପାନପୋଷ ସାଂଗଠନିକ ଜିଲ୍ଲାର ପୂର୍ବତନ ସଭାପତି ଶ୍ରୀ ଖଗେନ୍ଦ୍ର ପ୍ରଧାନଙ୍କ ମାଆ ଉଷାଙ୍କ ୧୦୩ ବର୍ଷ ବୟସରେ ପରଲୋକ

ଘାସୁଆ: ବରିଷ୍ଠ ନେତୃତ୍ବ ତଥା ପାନପୋଷ ସାଂଗଠନିକ ଜିଲ୍ଲାର ବିଜେପିର ପୂର୍ବତନ ସଭାପତି ଶ୍ରୀ ଖଗେନ୍ଦ୍ର ପ୍ରଧାନଙ୍କ ମାଆ ଉଷା ପ୍ରଧାନଙ୍କ ୧୦୩ ବର୍ଷ ବୟସରେ ପରଲୋକ

Read more

କିଡ୍‌ନୀ ଜନିତ ସମସ୍ୟାରୁ ଦୂରେଇ ରହିବା ପାଇଁ ଜୀବନଶୈଳୀରେ ପରିବର୍ତନ ଆବଶ୍ୟକ ସମ୍‌ରେ ବିଶ୍ୱ କିଡ୍‌ନୀ ଦିବସ ପାଳିତ

ଭୁବନେଶ୍ୱର , ୯/ ୦୩ : ଭାରତରେ ପ୍ରତି ୧ ଲକ୍ଷରେ ୮୦ ଜଣ ବ୍ୟକ୍ତି କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ଥିବା ବେଳେ ସାରା ବିଶ୍ୱରେ

Read more

ମହିଳାଙ୍କ ପ୍ରଗତିକୁ କାର୍ଯ୍ୟରେ ରୂପାନ୍ତରିତ କରିଛି ବିଶ୍ୱବିଦ୍ୟାଳୟ: ସୋଆ ଉପସଭାପତି

ଭୁବନେଶ୍ୱର , ୯/ ୦୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୪୭ ପ୍ରତିଶତ ଝିଅ ଶିକ୍ଷା ଗ୍ରହଣ କରୁଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ଇଞ୍ଜିନିୟରିଂରେ

Read more