ଆଜି ଭକ୍ତ ପାଇବେ ଲିଙ୍ଗରାଜଙ୍କ ମହାପ୍ରସାଦ, ୨୪ ଘଣ୍ଟା ଧରି ଉପବାସ ରହିବା ପରେ ଆଜି ସବୁ ସ୍ବାଭାବିକ

ଭୁବନେଶ୍ବର: ଆଜି ଭକ୍ତ ପାଇବେ ଲିଙ୍ଗରାଜଙ୍କ ମହାପ୍ରସାଦ । ଗୋଟେ ଦିନର ଉପବାସ ପରେ ଆଜି ଲିଙ୍ଗରାଜଙ୍କ ପାଖରେ ଲାଗୁ ହେବ ମହାପ୍ରସାଦ । ହବିଶିଆଳି ପାଇପାରିବେ ଲିଙ୍ଗରାଜଙ୍କ ଅଭଡ଼ା । ଲିଙ୍ଗରାଜ ମନ୍ଦିର ରେ ୨୪ ଘଣ୍ଟା ଧରି ଉପବାସ ରହିବା ପରେ ଆଜି ଦେଉଳରେ ସବୁ ସ୍ବଭାବିକ ହୋଇଛି । ମନ୍ଦିରକୁ ଆସି ସେବାୟତଙ୍କ ସହ ଆଲୋଚନା କରିଛନ୍ତି ମନ୍ଦିର ଟ୍ରଷ୍ଟି ସୁର ରାଉତରାୟ । ଏଥିପାଇଁ ପ୍ରଶାସନ ସଜାଗ ରହିବା ଦରକାର ବୋଲି ସେ କହିଛନ୍ତି ।  ସେଭଳି ଆଜି ସମୟ ଅନୁଯାୟ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଚାଲିଛି । ସକାଳୁ ଦ୍ଵାରା ଫିଟା ନୀତି, ଦ୍ଵାରପାଳ ପୂଜା ସହ ମଙ୍ଗଳ ଆଳତୀ, ଅବକାଶ ନୀତି, ମାଘ ସ୍ନାନ ଆଦି ସରିଛି । ବର୍ତମାନ ମନ୍ଦିର ବେଢାରେ ଆରମ୍ଭ ହୋଇଛି କୋଠ ଭୋଗ ପ୍ରକ୍ରିୟା । ଆଜି ସମର୍ଥା ସେବାୟତ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି ।

Read more

ଲଟେରି କିଣି ଜିତିଲେ ୨୪୦ କୋଟି ଟଙ୍କା, ଭାଗ୍ୟ ବଦଳାଇ ଦେଲା ଲକି ନମ୍ବର

ଭୁବନେଶ୍ବର: ଅକ୍ଟୋବର ୧୮ ତାରିଖରେ ହୋଇଥିବା ଲକି ଡ୍ରରେ ୮୮ ଲକ୍ଷ ଲୋକଙ୍କୁ ପଛରେ ପକାଇ ଲଟେରି ଜିତିଛନ୍ତି ଅନୀଲ ।  ୨୩ତମ ଲକି ଡ୍ରରେ ସମସ୍ତ ୭ଟି

Read more

ଭାରସାମ୍ୟ ହରାଇ ଓଲଟିଲା ଲକ୍ଷ୍ମୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗୋପ: ଭାରସାମ୍ୟ ହରାଇ ଓଲଟିଲା ଲକ୍ଷ୍ମୀ ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କାକଟପୁର କୋଣାର୍କ ଅଭିମୁଖେ ଯାଉଥିବା କାଦୁଆ ନଦୀ ଭିତରକୁ ଖସି ପଡିଛି ଲଷ୍ମୀବସ

Read more

ଦୁର୍ବଳ ହୋଇଛି ବାତ୍ୟା ମନ୍ଥା, ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ ବର୍ଷା

ଭୁବନେଶ୍ବର: ଦୁର୍ବଳ ହୋଇଛି ବାତ୍ୟା ମନ୍ଥା । ଗଭୀର ଅବପାତରୁ ଏବେ ପରିଣତ ହୋଇଛି । ଯାହାଫଳରେ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ

Read more

କରଞ୍ଜିଆରେ ମହାବଳ ଆତଙ୍କ, ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ

କରଞ୍ଜିଆ: କରଞ୍ଜିଆରେ ମହାବଳ ଆତଙ୍କ। ମହାବଳ ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ। କରଞ୍ଜିଆ ବନଖଣ୍ଡ ଅଧିନ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ମହାବଳ ବାଘ ଆତଙ୍କ। କାଳିଆଜିଆଣୀ

Read more

ସମ୍ବଲପୁରରେ ନକଲି ଝାଡୁଦାର ଚାକିରି ଘଟଣା, ଆଉ ୧୪ ଜଣ ହେଲେ ଗିରଫ

ସମ୍ବଲପୁର: ଝାଡ଼ୁଦାର ଚାକିରି କରାଇ ଦେବାକୁ କହି ଆଶାୟୀଙ୍କ ଠାରୁ ଟଙ୍କା ନେଇଥିଲେ। ଏମାନେ ସମସ୍ତେ ସମ୍ବଲପୁର ଜିଲ୍ଲାର। ପୂର୍ବରୁ ମୁଖ୍ଯ ଅଭିଯୁକ୍ତ ରାହୁଲ ରାୟ ଓ ପଦ୍ମାବତୀ

Read more

ଗାଡିରେ ଟଙ୍କା ରଖି ହୋଟେଲରେ ଖାଉଥିବାବେଳେ କଳାକନା ବୁଲାଇଲେ ଲୁଟେରା, କାର୍ କାଚ ଭାଙ୍ଗି ୨୦ ଲକ୍ଷ ଲୁଟ୍

ବରଗଡ଼: କାର୍ କାଚ ଭାଙ୍ଗି ୨୦ ଲକ୍ଷ ଲୁଟ୍ । ବରଗଡ ସହର ଗାନ୍ଧୀ ଛକ ନିକଟରୁ ଲୁଟିନେଲେ ଦୁର୍ବୃତ୍ତ । ଗାଡିରେ ଟଙ୍କା ରଖି ହୋଟେଲରେ ଖାଉଥିବାବେଳେ

Read more

KIMSରେ ବିଶ୍ୱ ବ୍ରେନ ଷ୍ଟ୍ରୋକ୍ ଦିବସ ପାଳିତ, ବ୍ରେନ ଷ୍ଟ୍ରୋକର କାରଣ ଓ ନିରାକରଣ ନେଇ ସଚେତନତା

ଭୁବନେଶ୍ବର: KIMSରେ ବିଶ୍ୱ ବ୍ରେନ ଷ୍ଟ୍ରୋକ୍ ଦିବସ ପାଳିତ । ବ୍ରେନ ଷ୍ଟ୍ରୋକର କାରଣ, ନିରାକରଣ, ସମୟୋଚିତ ଚିକିତ୍ସା ତଥା ପୁନର୍ବାସ ବିଷୟରେ ସଚେତନତା କରିବା ପାଇଁ KIMS

Read more

ଉପବାସରେ ରହିଲେ ପ୍ରଭୁ ଲିଙ୍ଗରାଜ, ହବିଷିଆଳି ପାଇଲେନି ମହାପ୍ରଭୁଙ୍କ ପ୍ରସାଦ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ବନ୍ଦ କଲେ ସେବାୟତ । ଆଜି ପାଳି ଥିବା ସମର୍ଥା ନିଯୋଗ ସେବାୟତ ବନ୍ଦ କରିଛନ୍ତି ଲିଙ୍ଗରାଜଙ୍କ ସେବା । ସକାଳୁ ସାହାଣ

Read more

ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ

ଯୋଡ଼ା: ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ନାତି ଓ ଦିଅର ଗୁରୁତର । ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରାମଚନ୍ଦ୍ରପୁର ଗାଁରେ ।

Read more