କଲମ୍ବୋ ସମେତ 3ଟି ସହରରେ ବୋମା ବିସ୍ଫୋରଣ, ୨୦୭ ମୃତ ଏବଂ ୪୫୦ ଆହତ

ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ସମେତ 3ଟି ସହରରେ ଲଗାତାର 8ଟି ସିରିଜ୍‌ ବୋମା ବିସ୍ଫୋରଣ ଏହି ଦ୍ୱୀପରାଷ୍ଟ୍ର ସମେତ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଇଷ୍ଟର ରବିବାରରେ ରକ୍ତର ହୋଲି ଖେଳିଥିବା ଏହି ମୃତ୍ୟୁ ତାଣ୍ଡବରେ ମୃତକଙ୍କ ସଂଖ୍ୟା 207 ଛୁଇଁସାରିଥିବା ଜଣାପଡ଼ିଛି।

ସେମାନଙ୍କ ମଧ୍ୟରୁ 39 ଜଣ ବିଦେଶୀ ବୋଲି ମଧ୍ୟ ସୂଚନା ମିଳିଛି। ଆହତଙ୍କ ସଂଖ୍ୟା 450ରୁ ଊର୍ଦ୍ଧ୍ୱ ଥିବା କୁହାଯାଉଛି, ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ସନ୍ଦେହ କରାଯାଉଛି।

Spread the love