ଦ୍ଵିତୀୟ ତ୍ରୈମାସରେ କମ୍ପାନିର ହୋଇପାରେ ୨୧୦୦୦ କୋଟି ଘାଟା, ଏ ହେଉଛି ବଡ କାରଣ !

ନୂଆଦିଲ୍ଲୀ: ସାର୍ବଜନୀନ କ୍ଷେତ୍ରର ତୈଳ ବିପଣନକାରୀ କମ୍ପାନି ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ପୁଣି ଥରେ ବିପୁଳ କ୍ଷତିର ସାମ୍ନା କରିବାକୁ ପଡିପାରେ। ଏକ ରିପୋର୍ଟରୁ ଏମିତି ଅନୁମାନ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ଆଇଓସି, ବିପିସିଏଲ ଏବଂ ଏଚପିସିଏଲକୁ ମୋଟ୍ ୨୧,୨୭୦ କୋଟି ଟଙ୍କାର  କ୍ଷତି ଉଠାଇବାକୁ ପଡିପାରେ।

ଲଗାତାର ଦ୍ଵିତୀୟ ତ୍ରୈମାସରେ ଘାଟା

ପିଟିଆଇ ଅନୁଯାୟୀ, ସମ୍ଭବତଃ ଏମିତି ପ୍ରଥମ  ଥର ଯେଉଁଠି ତୈଳ ବିପଣନକାରୀ କମ୍ପାନୀକୁ କ୍ରମାଗତ ଦ୍ଵିତୀୟ ତ୍ରୈମାସରେ କ୍ଷତି ସହିବାକୁ ପଡିବ। ଏହା ପୂର୍ବରୁ ଏପ୍ରିଲ-ଜୁନ ତ୍ରୈମାସରେ ତୈଳ କମ୍ପାନିଗୁଡିକୁ ମିଳିତ ଭାବେ ୧୮,୪୮୦  କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା। କ୍ଷତି ସହିବାର ବଡ କାରଣ ଦେଶରେ ପେଟ୍ରୋଲ ଏବଂ ଡିଜେଲ୍‌ ଦର ସ୍ଥିର ରହିବା।

ଉତ୍ପାଦନ ଦାମ ବଢିଛି, ଦାମ ସ୍ଥିର ରହିଛି

ଆଇସିଆଇସିଆଇ ସିକ୍ୟୁରିଟିଜ୍ ଅନୁଯାୟୀ, ସଂପ୍ରତି ତୈଳ ବିପଣନକାରୀ କମ୍ପାନୀକୁ ଇନ୍ଧନ ଦର ସ୍ଥିର କାରଣରୁ ଲଗାତାର ଦ୍ଵିତୀୟ ତ୍ରୈମାସରେ ଘାଟାର ସମ୍ମୁଖୀନ ହେବାକୁ ପଡିପାରେ। କମ୍ପାନିର ରିଫାଇନିଂ ମାର୍ଜିନରେ ସୁଧାର ଦେଖିବାକୁ ମିଳିନାହିଁ। ଉତ୍ପାଦନ ଦାନ ଅନୁରୂପ ଦେଶରେ ପେଟ୍ରୋଲ-ଡିଜେଲ୍ ଦାମ ନବଢିବା କାରଣରୁ ତୈଳ ବିପଣନକାରୀକୁ ଚଳିତ ତ୍ରୈମାସରେ ୨୧,୨୭୦ କୋଟି ଟଙ୍କାର କ୍ଷତି ଘଟିପାରେ।

ଗତ ତ୍ରୈମାସଠୁ ଅଧିକ କ୍ଷତି

ଆନୁମାନିକ ତଥ୍ୟ ଅନୁଯାୟୀ, ଗତ ଏପ୍ରିଲ-ଜୁନ ତ୍ରୈମାସ ତୂଳନାରେ ଚଳିତ ତ୍ରୈମାସରେ ୨୭୯୦ କୋଟି ଟଙ୍କା ଅଧିକ କ୍ଷତି ଉଠାଇବାକୁ ପଡିପାରେ। ଚଳିତ ମାସ ଶେଷ ସୁଦ୍ଧା ତୈଳ କମ୍ପାନି ଜୁଲାଇ-ସେପ୍ଟେମ୍ବର ତ୍ରୈମାସର ଆର୍ଥିକ ତଥ୍ୟ ଜାରି କରିପାରେ। ପ୍ରଥମ ତ୍ରୈମାସରେ ପେଟ୍ରୋଲ-ଡିଜେଲ୍ ଦାମ ସ୍ଥିର ରହିବା ଏବଂ ରିଫାଇନିଂ ମାର୍ଜିନ  ହ୍ରାସ କାରଣରୁ କମ୍ପାନୀଗୁଡିକର ବହୁତ କ୍ଷତି ଘଟିଥିଲା।

Spread the love