ଆଜି ରାଜ୍ୟରେ ସୁସ୍ଥ ହେଲେ ୨୧୨୯ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୩/୦୮: ଆଜି ରାଜ୍ୟରେ ସର୍ବାଧିକ ୨୧୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫୪୪୦୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୭୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ୨୬୫, ସୁନ୍ଦରଗଡରୁ ୧୭୮, କଟକରୁ ୧୭୨, କୋରାପୁଟରୁ ୧୫୩, ଭଦ୍ରକରୁ ୧୪୪, ନୟାଗଡରୁ ୧୩୦, କନ୍ଧମାଳରୁ ୧୨୨, ବାଲେଶ୍ୱରରୁ ୯୦, ପୁରୀରୁ ୮୪, ମାଲକାନଗିରିରୁ ୮୦, ସମ୍ବଲପୁର ଓ ରାୟଗଡାରୁ ୬୮ଜଣ ଲେଖାଏଁ, ମୟୁରଭଞ୍ଜରୁ ୫୬, ଗଜପତିରୁ ୫୦, ଜଗତସିଂହପୁରରୁ ୨୭, ଯାଜପୁରରୁ ୨୪, ଢାଙ୍କାନାଳ ଓ କେନ୍ଦୁଝରରୁ ୨୩ଜଣ ଲେଖାଏଁ, କଳାହାଣ୍ଡିରୁ ୧୯, ଅନୁଗୁଳରୁ ୧୮, କେନ୍ଦ୍ରାପଡାରୁ ୧୬, ବଲାଙ୍ଗିରରୁ ୧୪, ଝାରସୁଗୁଡାରୁ ୧୩, ନବରଙ୍ଗପୁରରୁ ୯, ବୌଦ୍ଧରୁ ୬ ଏବଂ ସୋନପୁରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Spread the love