ପାକିସ୍ତାନରେ ପୋଲିସକୁ ଟାର୍ଗେଟ କରି ବୋମା ବିସ୍ଫୋରଣ: ୩ ଜଣକ ମୃତ୍ୟୁ

ନୂଆଦିଲ୍ଲୀ, ୩୦/୧୧: ପାକିସ୍ତାନର କ୍ବେଟ୍ଟା ସହରରେ ବୁଧବାର ଭୟଙ୍କର ବୋମା ବିସ୍ପୋରଣ ହୋଇଛି। ଏକ ପୋଲିସ୍ ପଟ୍ରୋଲ ଭ୍ୟାନ୍‌କୁ ଟାର୍ଗେଟ କରି ଏହି ସୁଇସାଇଡ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୩ ଜଣକ ମୃତ୍ୟୁ ହୋଇଥିବାବେଳେ ୨୮ ଜଣ ଆହତ ହୋଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ ତେହରିକ୍ ଏ ତାଲିବାନ୍ ଏହି ବିସ୍ପୋରଣ ପାଇଁ ଦାୟୀ। ବିସ୍ଫୋରଣ ନେଇ ପୋଲିସ ଅଧିକାରୀ କହିଛନ୍ତି ଯେ, ପୋଲିସ ପେଟ୍ରୋଲକୁ ଟାର୍ଗେଟ କରି କରାଯାଇଥିବା ବିସ୍ଫୋରଣରେ ୧୫ ପୋଲିସ୍ ଅଧିକାରୀଙ୍କ ସହ ୩୦ ସାଧାରଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପୋଲିସ କର୍ମୀ, ଜଣେ ମହିଳା ଏବଂ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଛି। ସୁଇସାଇଡ ବ୍ଳାଷ୍ଟ ସମୟରେ ଉକ୍ତ ପଟ୍ରୋଲ୍ ଭ୍ୟାନ୍ ଏକ ପୋଲିଓ ଭାକ୍ସିନ ଟିମ୍‌କୁ ସୁରକ୍ଷା ଯୋଗାଉଥିବା ନେଇ କହିଛନ୍ତି ପୋଲିସ୍ ଅଧିକାରୀ।

Spread the love