ଓଠକୁ ସୁନ୍ଦର କରିବା ପାଇଁ ମହିଳା କଲେ ଲିପ୍‌ ସର୍ଜରୀ

ନୂଆଦିଲ୍ଳୀ ୨୭।୦୩ : ପ୍ରାୟତ ବହୁତ ଲୋକମାନେ ସେମାନଙ୍କର ଶରୀରରକୁ ସୁନ୍ଦର କରିବା ପାଇଁ କିଛି ନା କିଛି ସର୍ଜରୀ କରିଥାନ୍ତି। ଅସ୍ତ୍ରୋପଚାର ମାଧ୍ୟମରେ ସେମାନେ ଶରୀରର ଅଂଶକୁ ସଠିକ୍ ଓ ସୁନ୍ଦର କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଏହି ଅସ୍ତ୍ରୋପଚାରର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଇଥାଏ । ଯାହାକି ଅସ୍ତ୍ରୋପଚାର ପରେ ହିଁ ଜଣା ପଡିଥାଏ । ଠିକ୍‌ ସେହିଭଳି ଜଣେ ମହିଳାଙ୍କ ସହ ଘଟିଛି । ଆମେରିକାର ଜଣେ ମହିଳା ତାଙ୍କକୁ ସୁନ୍ଦର କରିବା ପାଇଁ ଅସ୍ତ୍ରୋପଚାର କରିଥିଲେ । କାରଣ ତାଙ୍କ ଓଠ ଛୋଟ ଥିଲା ଏଥିପାଇଁ ସେ ସାମାନ୍ୟ ଟିକେ ବଡ କରିବା ପାଇଁ ଏହା କରିଥିଲେ ହେଲେ ପରେ ଯାହା ଘଟିଥିଲା ସେ କେବେ ବିଶ୍ବାସ କରି ନଥିଲେ ।  

ଆମେରିକା ପେନସିଲଭାନିଆରେ ରହୁଥିବା ୨୩ ବର୍ଷର କେଲି ଜୋନ୍ସ ଜଣେ ଟେକ୍ନୋଲୋଜି ପରାମର୍ଶଦାତା। ଗତ ବର୍ଷ ଅର୍ଥାତ୍ ନଭେମ୍ବର ୨୦୨୧ରେ ସେ ତାଙ୍କ ଓଠକୁ ବଡ ଓ ସୁନ୍ଦର କରିବା ପାଇଁ ଓଠରେ ଲିପ୍‌ ଫିଲର ଇଞ୍ଜେକସ୍‌ ଦେଇଥିଲେ। ଏହି ଇଞ୍ଜେକସ୍‌ରେ ଓଠ ପତଳା ହୋଇଥିଲେ ମୋଟା ହୋଇଯାଏ । କେଲି ସର୍ବଦା ଅନୁଭବ କରୁଥିଲେ କି ତାଙ୍କ ମୁହଁ ଠାରୁ  ଓଠ ବହୁତ ପତଳା। ଏଭଳି ପରିସ୍ଥିତିରେ ସେ ଓଠକୁ ଟିକେ ମୋଟା କରିବାକୁ ଚାହୁଁଥିଲେ କିନ୍ତୁ ପରେ ଏହା ସବୁକିଛି ଓଲଟପାଲଟ ହୋଇଗଲା ।

ପ୍ରଥମ ଥର ଇଞ୍ଜେକ୍ସନ ଦିଆଯିବାର ଅଳ୍ପ ସମୟ ପରେ ତାଙ୍କ ଓଠ ଫୁଲିବାକୁ ଲାଗିଲା | ସେ ଅନୁଭବ କଲେ ଯେ ଫିଲର ପରେ ଓଠ ସ୍ୱାଭାବିକ ରହିବା, ତେଣୁ ସେ ଓଠରେ ବରଫ ଲଗାଇଲେ। ବରଫ ଲଗାଇବା ପରେ ହଠାତ୍ ଓଠ ଫୁଲିବାର ବେଲୁନ୍‌ ପରି ଫୁଲିବାରେ ଲାଗିଲା । ପ୍ରାୟ ୪୮ ଦିନ ପରେ, ତାଙ୍କ ଓଠ ଆଠ ଗୁଣ ଅଧିକ ଫୁଲିଗଲା । ଏହି ସବୁକୁ ଦେଖି କେଲିଙ୍କୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ତାଙ୍କୁ ଓରେଲ୍‌ ଷ୍ଟେରଏଡ ଦେଇଥିଲେ ଯାହା ଦ୍ବାରା ତାଙ୍କ ଓଠ ପୁଣି ପତଳା ହେବ ।

Spread the love