ନିଆରା ରେକର୍ଡ; ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ଦଧିଚି ପବ୍ଲିକ ସ୍କୁଲର ୨୩୪ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି

ସତ୍ୟଦ୍ରଷ୍ଟା(ଭୁବନେଶ୍ୱର): ଡାକ୍ତରୀ ପାଠପଢ଼ାରେ ବିଜ୍ଞାନର ଶହ ଶହ ପ୍ରମୁଖ ଶାଖାକୁ ମନେରଖିବା କଷ୍ଟକର ଥିବାବେଳେ କମ୍ ସମୟରେ ଦଧିଚି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଏହା ସହଜରେ କରି ଦେଖାଇବା ସମସ୍ତଙ୍କୁ ଆଶର୍ଯ୍ୟ କରିଛି । କଟକ ଜିଲ୍ଲା ସୁନ୍ଦର ଗାଁର ବିଦ୍ୟାବିହାରଠାରେ ଅବସ୍ଥିତ ଦଧିଚି ପବ୍ଲିକ ସ୍କୁଲ ୨୩୪ଜଣ ଛାତ୍ରଛାତ୍ରୀ ଗତ ଫେବୃୟାରୀ ୨୫ତାରିଖରେ ଲୋକପ୍ରିୟ ଓ ବିଶିଷ୍ଟ ଶିକ୍ଷକ ଡ.ଅଟଳବିହାରୀ ମଲ୍ଲିକଙ୍କ ନେତୃତ୍ୱରେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ବିଜ୍ଞାନର ୧୦୫ଟି ଶାଖାକୁ ମନେରଖି ସ୍ଥାନ ପାଇପାରିଛନ୍ତି । ଏହି ମାସ ରେକର୍ଡ କରିବାରେ ଦଧିଚି ପବ୍ଲିକ ସ୍କୁଲ ପୂର୍ବଭାରତର ପ୍ରଥମ ସ୍କୁଲଭାବେ ପୁରଷ୍କୃତ ହୋଇପାରିଛି । ଏଥିଲାଗି ଦଧିଚି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ବିସ୍ମୟ ବାଳକର ଆଖ୍ୟା ମିଳିଛି ।
ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲଠାରେ ଦଧିଚି ପବ୍ଲିକ ସ୍କୁଲ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଦଧିଚି ପବ୍ଲିକ ସ୍କୁଲ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ.ମନୋଜ କୁମାର ଦାଶ କହିଥିଲେ । ଛାତ୍ରଛାତ୍ରୀମାନେ ବିଜ୍ଞାନର ପ୍ରମୁଖ ଶାଖାଗୁଡିକୁ ମନେରଖି ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍‌ରେ ଏକ ମାସ୍ ରେକର୍ଡ କରିଛନ୍ତି । ଛାତ୍ରଛାତ୍ରୀମାନେ ଦୈନିକ ବିଭିନ୍ନ ପ୍ରକାର ପ୍ରତିଯାଗିତା ପାଇଁ ପ୍ରସ୍ତୁତି କରିବା ସହ ଡାକ୍ତରୀ ପାଠପଢ଼ା ଜୋରଦାର ପ୍ରସ୍ତୁତି କରିଥାନ୍ତି ।
ଗ୍ରାମାଂଚଳ ଶିକ୍ଷାର ବିକାଶ ପାଇଁ ୧୫ବର୍ଷ ତଳେ ସ୍କୁଲ ଗଢ଼ି ଉଠିଥିଲା । ସ୍କୁଲର ଅଟଳ ସାର୍ କହିଛନ୍ତି ଯେ, ବ୍ୟକ୍ତିଗତ ବର୍ଗରେ ଜଣେ ବା ଦୁଇଜଣ ରେକର୍ଡ କରିବା ସହଜସାଧ୍ୟ କିନ୍ତୁ ଦଳଗତ ବିଭାଗରେ ମାସ୍‌ରେକର୍ଡ କରିବା ଖୁବ କଷ୍ଟ । କିନ୍ତୁ ଦଧିଚିର ଛାତ୍ରଛାତ୍ରୀମାନେ ଏହି ବିରଳ ରେକର୍ଡ କରିଥିବାବେଳେ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଉଦାହରଣ । ବିଦ୍ୟାଳୟର ଅଧ୍ୟକ୍ଷ ଦେବେନ୍ଦ୍ର ନାଥଙ୍କ ଏହି କୃତୀତ୍ୱ ପାଇଁ ପିଲାମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମ୍ୟାନେଜିଙ୍ଗ ଟ୍ରଷ୍ଟି ବବିତା ଦାଶ୍‌, ଡିନ୍ ସଂଗ୍ରାମ କେଶରୀ ପଟ୍ଟନାୟକ, ନିର୍ଦ୍ଦେଶକ ବୃନ୍ଦ ଯଥା ସମୀଚଂଳ ପଣ୍ଡା, ପ୍ରଭାତ କୁମାର ପାଢ଼ୀ, ବାସୁଦେବ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିବାବେଳେ ୩୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ସେମାନଙ୍କର ବିସ୍ମୟ ପ୍ରଦର୍ଶନ କରିଥିଲେ। ଉଲ୍ଲାସଚନ୍ଦ୍ର ବେହୁରା, ସଂଯୋଜନା କରିଥିବାବେଳେ ମାନବ ସମ୍ବଳ ବିକାଶ ବିଭାଗୀୟ ମୁଖ୍ୟ ହରେକୃଷ୍ଣ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ହ୍ୱାଇଟ କାନଭାସ୍‌ର ଚିଂଟୁ ମିଶ୍ର, ଅସିତ୍ ସାମଲ, ଜ୍ଞାନରଞ୍ଜନ ରାୟ, ସନ୍ତୋଷ ନାୟକ ଓ ପତିତପାବନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Spread the love