ସାଉଥ ଆଫ୍ରିକାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌, ୨୪ ମୃତ

ସାଉଥ ଆଫ୍ରିକାର ରାଜଧାନୀ ଜୋହାନ୍ସବର୍ଗ ଝୁଗୀ ବସ୍ତିରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁ ୨୪ ଜଣଙ୍କ ମୃତ୍ୟୁ ହୋଇଛି ।। ମୃତକଙ୍କ ମଧ୍ୟରେ କିଛି ମହିଳା ଓ ଛୋଟ ପିଲା ମଧ୍ୟ ରହିଛନ୍ତି। ଘଟଣାଟି ବୁଧବାର ରାତିରେ ଘଟିଛି ।
ସୂଚନା ମୁତାବକ, ଜୋହାନ୍ସବର୍ଗର ପୂର୍ବ ପ୍ରାନ୍ତରେ ଥିବା ବୋକ୍ସବର୍ଗର ଏଞ୍ଜୋଲା ଠାରେ ଏକ ବସ୍ତି ରହିଛି । ଏଠାରେ ବେଆଇନ ଖଣି ଖୋଳିବା ପାଇଁ ବ୍ୟବହାର କରାଯାଉଥିବା ଗ୍ୟାସ୍ ସିଲିଣ୍ଡ ରରୁ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି। ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ସ୍ଥାନୀୟ ବସ୍ତିବାସିନ୍ଦା ଆସି ଏ ଜରୁରିକାଳୀନ ସେବାର ମୁଖପାତ୍ର ଓ୍ଵିଲିୟମ ଏନଟଲେଡି କହିଛନ୍ତି, ବୁଧବାର ରାତିରେ ଘଟିଥିବା ଖବର ପାଇ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କ ମୃତ୍ୟୁ ଘଟିଛି।ଭଳି ଦୁର୍ଘଟଣା ଘଟିଛି । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରୁ ୪ ଜଣ ଅବସ୍ଥା ସଙ୍କଟାପନ୍ନ ରହିଛି। ୧୧ ଜଣ ଗୁରୁତର ଥିଲେ ମଧ୍ୟ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ମୃତ ୨୪ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଓ ୩ ଜଣ ଛୋଟ ପିଲା ରହିଛନ୍ତି ।
ସନ୍ଧ୍ୟା ପ୍ରାୟ ୮ଟା ବେଳେ ପ୍ରଥମେ ଗ୍ୟାସ୍ ବିସ୍ଫୋରଣର ଖବର ମିଳିଥିଲା। କିନ୍ତୁ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ବିସ୍ଫୋରଣ ନୁହେଁ, ବରଂ ଗୋଟିଏ ସିଲିଣ୍ଡର୍ରୁ ବିଷାକ୍ତ ଗ୍ୟାସ୍ ଲିକ୍ ହେଉଥିବା ଜଣାପଡ଼ିଥିଲା। ତେବେ ପ୍ରାଥମିକ ଯାଞ୍ଚରୁ ଜଣାପଡିଥିଲା କି, ବେଆଇନ ଖଣି ଖୋଳିବା ପାଇଁ ଗ୍ୟାସ୍‌ ବ୍ୟବହାର କରାଯାଉଛି । ସାଉଥ ଆଫ୍ରିକାରେ ହଜାର ହଜାର ଅବୈଧ ଖଣି ଖନନ ଚାଲିଛି । ଏଠାରେ ବେରୋଜଗାର ୩୨ ପ୍ରତିଶତ ରହିଛି । ଖଣିରେ ସୁନା ଖୋଜିବା ପାଇଁ ଏଭଳି ଖନନ କାର୍ଯ୍ୟ ବାରମ୍ବାର ହେଉଛି । ସାଉଥ ଆଫ୍ରିକା ଏକ କର୍ମସିଆଲ ଅଞ୍‌ଚଳ । ଆଉ ୧୮୮୦ରୁ ଏଠାରେ ବେଆଇନ ଖଣି ଖନନ ଚାଲିଛି ।

Spread the love