କୃଷକ ଆନ୍ଦୋଳନ ଯୋଗୁଁ ୨୪୦୦ କୋଟି ଟଙ୍କା କ୍ଷତି ସହିଛି ଭାରତୀୟ ରେଳ

କୃଷକ ଆନ୍ଦୋଳନ ଯୋଗୁଁ ଭାରତୀୟ ରେଳକୁ ପ୍ରାୟ ୨୪୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । କୃଷକ ଆନ୍ଦୋଳନ ଯୋଗୁଁ ପଞ୍ଜାବର ବିଭିନ୍ନ ସ୍ଥାନରେ ରେଳ ଚଳାଚଳ ପ୍ରଭାବିତ ହେଉଥିବାରୁ ଏହି କ୍ଷତିର ପରିମାଣ ଦିନକୁ ଦିନ ବଢିଚାଲିଛି ।
ଉତ୍ତର ରେଳପଥର ମହାପ୍ରବନ୍ଧକ ଆଶୁତୋଷ ଗଙ୍ଗାଲ କହିଛନ୍ତି ଯେ ବର୍ତ୍ତମାନ ପଞ୍ଜାବର କେତେକ ସ୍ଥାନରେ ରେଳ ଚଳାଚଳ ସମ୍ଭବ ହୋଇପାରୁନାହିଁ । ବିଶେଷକରି ବ୍ୟାସ ଓ ଅମୃତସର ମଧ୍ୟରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏହି ବ୍ୟସ୍ତବହୁଳ ରୁଟ ବନ୍ଦ ଥିବାରୁ ତରନ ତାରନ ଜିଲ୍ଲା ଦେଇ ରେଳଚଳାଚଳ କରାଯାଉଛି । କିନ୍ତୁ ଏହି ବିକଳ୍ପ ରୁଟର କ୍ଷମତା କମ ଥିବାରୁ ତାହା ଚାହିଦା ମେଣ୍ଟାଇପାରୁ ନାହିଁ ମାଲବାହୀ ଟ୍ରେନଗୁଡ଼ିକ ସର୍ଭାଧିକ ପ୍ରଭାବିତ ହୋଇଛନ୍ତି । ଏସବୁ କାରଣ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଉତ୍ତର ରେଳପଥ ପ୍ରାୟ ୨୪୦୦ କୋଟି ଟଙ୍କାର କ୍ଷତି ସହିଲାଣି । ଏହି ଅଚଳାବସ୍ଥା ଜାରି ରହିଥିବାରୁ ଆଗକୁ କ୍ଷତି ପରିମାଣ ବଢିବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସରକାର ପ୍ରଣୟନ କରିଥିବା ନୂଆ କୃଷି ଆଇନକୁ ପଞ୍ଜାବ ଓ ହରିୟାଣାର କୃଷକମାନେ ବିରୋଧ କରୁଛନ୍ତି । ଏହାକୁ ବିରୋଧ କରି ଗତ କିଛି ସପ୍ତାହ ଧରି ପଞ୍ଜାବ ଓ ହରିୟାଣାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଛି ।

Spread the love