ଆଜି ସୁସ୍ଥ ହେଲେ ୨୫୧୦ ଜଣ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ହେଲା ୬୫,୩୨୩

ରାଜ୍ୟରେ ଆଜି ସମସ୍ତ ୩୦ଟି ଜିଲ୍ଲାରୁ ୨୫୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୫ ହଜାର ୩୨୩ରେ ପହଞ୍ଚିଛି।ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୪୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଗଂଜାମ ଜିଲ୍ଲାରୁ ୨୭୭ ଜଣ, କଟକ ଜିଲ୍ଲାରୁ ୨୨୫ ଜଣ, ପୁରୀ ଜିଲ୍ଲାରୁ ୨୧୮ ଜଣ, ଯାଜପୁର ଜିଲ୍ଲାରୁ ୧୩୫ ଜଣ, ମୟୂରଭଂଜ ଜିଲ୍ଲାରୁ ୧୧୯ ଜଣ ଓ ବାଲେଶ୍ୱର ଜିଲ୍ଲାରୁ ୧୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତି ଜିଲ୍ଲାରୁ ୮୯ ଜଣ, ମାଲକାନଗିରି ଜିଲ୍ଲାରୁ ୭୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୨ ଜଣ,ସମ୍ବଲପୁର ଜିଲ୍ଲାରୁ ୬୪ ଜଣ, ବଲାଙ୍ଗୀର ଜିଲ୍ଲାରୁ ୫୧ ଜଣ, କଳାହାଣ୍ଡି ଜିଲ୍ଳାରୁ ୪୮ ଜଣ, କନ୍ଧମାଳ ଜିଲ୍ଲାରୁ ୪୭ ଜଣ, ଭଦ୍ରକ ଜିଲ୍ଲାରୁ ୪୩ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୨ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୩୮ ଜଣ, ବରଗଡ଼ ଜିଲ୍ଲାରୁ ୩୬ ଜଣ, ନୟାଗଡ଼ ଜିଲ୍ଲାରୁ ୩୩ ଜଣ, ବୌଦ୍ଧ ଜିଲ୍ଲାରୁ ୩୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୦ ଜଣ, କେନ୍ଦୁଝର ଜିଲ୍ଲାରୁ ୩୦ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୫ ଜଣ, ରାୟଗଡ଼ା ଜିଲ୍ଲାରୁ ୨୫ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୭ ଜଣ, ନବରଂଗପୁର ଜିଲ୍ଲାରୁ ୧୧ ଜଣ, ଅନୁଗୁଳ, ଦେବଗଡ଼ ଜିଲ୍ଲାରୁ ୫-୫ ଜଣ, ଦେବଗଡ଼ ଓ ନୂଆପଡ଼ା ଜିଲ୍ଲାରୁ ୩-୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୧୫ ଲକ୍ଷ ୫୩ ହଜାର ୨୫୩ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି।

ଏଥିରୁ ଏଯାଏଁ ୯୦ ହଜାର ୯୮୬ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୬୨ ହଜାର ୮୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪୪୮ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୨୫ ହଜାର ୧୬୨ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Spread the love