ଇଣ୍ଡୋନେସିଆ ଭୂମିକମ୍ପ: ୨୫୨ ଛୁଇଁଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ, ୨୨/୧୧: ଇଣ୍ଡୋନେସିଆରେ ଘଟିଥିବା ଭୟଙ୍କର ଭୂମିକମ୍ପରେ ଏପର୍ଯ୍ୟନ୍ତ ୨୫୨ ଜଣକ ପ୍ରାଣ ଗଲାଣି। ଏନେଇ ସ୍ଥାନୀୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। ଏବେବି ୩୧ ଜଣ ନିଖୋଜ ଥିବାବେଳେ ୩୭୭ ଜଣ ଆହତ ଅଛନ୍ତି। ସେହିପରି ୭,୦୬୦ ଲୋକ ବାସହରା ହୋଇଛନ୍ତି।

ଏହାରି ମଧ୍ୟରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋ ପୀଡ଼ିତ ତଥା ସେମାନଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରିଛନ୍ତି । ଏହା ସେ ଓ୍ବେଷ୍ଟ ପ୍ରୋଭିନ୍ସରେ ଭୂମିକମ୍ପ ସ୍ଥଳ ସିଆଞ୍ଜୁର ସହର ପରିଦର୍ଶନ କରିଛନ୍ତି। ଉଦ୍ଧାରକାରୀ ଦଳଙ୍କୁ ପ୍ରାଥମିକତା ଆଧାରରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ କୁହାଯାଇଛି।

ବିଲ୍ଡିଂର ଭଗ୍ନାବଶେଷରେ ଚାପି ହୋଇ ଅନେକଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି ମାଟି ଧସିବା କାରଣରୁ ଗୋଟିଏ ଗାଁ ସଂପୂର୍ଣ୍ଣ ପୋତି ହୋଇଯାଇଛି।  ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ । ଭୂମିକମ୍ପ ସମୟରେ ସମସ୍ତେ ସ୍କୁଲରେ ଥିଲେ।ଭୂମିକମ୍ପରେ ୨,୨୦୦ ରୁ ଅଧିକ ଘର ନଷ୍ଟ ହୋଇଛି।

Spread the love