29ରୁ ମାଟ୍ରିକ ପରୀକ୍ଷା

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ।ଏହାସହ ଅଫଲାଇନ୍ ପରୀକ୍ଷା ହେବା ସହ ତିନୋଟି ପଦ୍ଧତିରେ ମୂଲ୍ୟ ନିର୍ଦ୍ଧାରଣ ହେବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ୨ ବର୍ଷ ହେଲା କରୋନା ମହାମାରୀ ଲାଗି ରହିଛି । ପ୍ରଥମ ଥର ପାଇଁ ସମସ୍ତେ ଏପରି ମହାମାରୀର ସାମ୍ନା କରୁଛନ୍ତି । ତିନୋଟି ଲହରୀ ଗଲାଣି । ଏହା ମାନସିକ, ଶାରୀରିକ ଓ ଅର୍ଥନୈତିକ ଶକ୍ତିକୁ ପ୍ରଭାବିତ କରିଛି ।ପାଠପଢାକୁ ମଧ୍ୟ ପ୍ରଭାବିତ କରିଛି । ଅନେକ ପିଲା ସ୍କୁଲ ଯାଇ ପାରିନାହାଁନ୍ତି । ଲକଡାଉନ୍ ଓ ସଟଡାଉନ୍ ପାଇଁ ସ୍କୁଲ ବନ୍ଦ ରହିଛି । ଅନେକ ମାନସିକ ଭାରସାମ୍ୟ ହରାଇଛନ୍ତି । ଗତବର୍ଷ କରୋନା ପାଇଁ ଦଶମ ଶ୍ରେଣୀ ପରୀକ୍ଷା ହୋଇପାରିନଥିଲା । ନୂଆ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏବର୍ଷ ୨୦୨୧-୨୨ ଶିକ୍ଷାବର୍ଷରେ କିଛି ସ୍ଥିତି ସୁଧୁରିଛି ।

ସେ ଆହୁରି କହିଛନ୍ତି ଯେ,ଏବର୍ଷର ମାଟ୍ରିକ ପରୀକ୍ଷା ପାଇଁ ରାଜ୍ୟ ସରକାର ଅନେକ ଆଲୋଚନା କରିଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ଛାଚ୍ରଛାତ୍ରୀ, ଅଭିଭାବକ, ଶିକ୍ଷାବିତଙ୍କ ଦାବି ଓ ଅନୁରୋଧକୁ ନଜରରେ ରଖି ସମେଟିଭ୍ ଆସେସମେଣ୍ଟ ୨ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । ଅଫଲାଇନ୍ ପରୀକ୍ଷା ପାଇଁ ମତ ପ୍ରକାଶ ପାଇଛି । ଏପରିକି ଦିନକୁ ଦୁଇଟି ବଦଳରେ ଗୋଟିଏ ବିଷୟରେ ପରୀକ୍ଷା ହେବ । କମ୍  ଦିନରେ ପରୀକ୍ଷା ଶେଷ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ  ବୋଲି ମତ ପ୍ରକାଶ ପାଇଛି। ତେବେ ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି ।  

ସେ ଆହୁରି କହିଛନ୍ତି ଯେ, ସମସ୍ତଙ୍କ ପାଇଁ ଅଫଲାଇନରେ ମାଟ୍ରିକ ପରୀକ୍ଷା ହେବ । ତିନୋଟି ରୂପରେ ପିଲାଙ୍କ ଖାତା ମୂଲ୍ୟାୟନ ହେବ । ସମେଟିଭ୍ ଆସେସମେଣ୍ଟ ୨ ପରୀକ୍ଷା ସବୁ ଛାତ୍ରଛାତ୍ରୀ ନିଜ ସ୍କୁଲରେ ଦେବେ । ଯଦି ଦରକାର ପଡେ ନିକଟତମ ସ୍କୁଲରେ ପିଲା ପରୀକ୍ଷା ଦେବେ । ଏନେଇ ମାଧ୍ୟମିକ ସ୍କୁଲ ଶିକ୍ଷା ପରିଷଦ ଗାଇଡଲାଇନ୍ ଜାରି କରିବେ । ଛାଚ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀ ଭଲ ମାର୍କ ରଖିବେ ସେହି ମାର୍କକୁ ଚୂଡାନ୍ତ କରାଯିବ । ପ୍ରଥମ ଦୁଇଟି ହେଉଛି ବିକଳ୍ପ ଓ ତୃତୀୟରେ ନୂଆ ପଦ୍ଧିତରେ ଫଳ ନିର୍ଦ୍ଧାରଣ ହେବ ।

ପ୍ରଥମ ପଦ୍ଧତିରେ ସମେଟିଭ୍ ଆସେସମେଣ୍ଟ୍ ୧ ଓ ଇଣ୍ଟରନାଲ ଆସେସମେଣ୍ଟକୁ ଦୁଇ ଗୁଣା କରି ଛାତ୍ରଛାତ୍ରୀଙ୍କ ମାର୍କ ବାହାରିବ । ଦ୍ୱିତୀୟ ପର୍ଯ୍ୟାୟରେ ସମେଟିଭ୍ ଆସେସମେଣ୍ଟ୨ ଆଧାରରେ ମାର୍କ ଦିଆଯିବ ।ସମ୍ମେଟିଭ୍-୨ ମାର୍କ ୨ ଗୁଣ କରି ହିସାବ କରାଯିବ। ୩ୟ ପଦ୍ଧତି ହେଉଛି ଇଣ୍ଟରନାଲ୍ ଆସେସ୍‌ମେଣ୍ଟର ୨୦% ସମ୍ମେଟିଭ୍-୧ରୁ ୩୦%। ତେବେ ସମ୍ମେଟିଭ୍-୨ରୁ ୫୦ ପ୍ରତିଶତ ନମ୍ଵର ନେଇ ମାର୍କିଂ କରାଯିବ। ବିଭିନ୍ନ ପରୀକ୍ଷା ଫଳ ମିଶାଇ ମାର୍କ ନିର୍ଦ୍ଧାରଣ କରାଯିବ । ଯେଉଁଥିରେ ଛା୍ରଛାତ୍ରୀ ସର୍ବାଧିକ ନମ୍ବର ରଖିବେ ତାକୁ ହିଁ ଚୂଡାନ୍ତ ଫଳ ବୋଲି ଧରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Spread the love