୫୩ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ

ସାନଖେମୁଣ୍ଡି ୬।୯: ଗଂଜାମ ଜିଲ୍ଲା ଖଣ୍ଡଦେଉଳି ଗାଁ ନିକଟରୁ ୫୩ କିଲୋ ୭୫୦ ଗ୍ରାମ ଗଂଜେଇ ଜବତ ହୋଇଛି । ଆସିକା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏହି ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି । ଅଭିଯୋଗରେ ଦୁଇ ଜଣକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଏକ ବାଇକ୍ ସମେତ ପିକଅପ୍ ଭ୍ୟାନକୁ ମଧ୍ୟ ଜବତ କରିଛି । ଅନେକ ଦିନ ଧରି ଏମାନେ ଗଂଜେଇ ଚୋରା ଚାଲାଣ କରୁଥିଲେ । କନ୍ଧମାଳରୁ ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆସିକା ଏସଡିପିଓ ସୂଚନା ଦେଇଛନ୍ତି ।

Spread the love