ପୂଜା ଚାନ୍ଦା ମାଗିବା ଅଭିଯୋଗରେ ୨ ଜଣ ଗିରଫ

କଟକପୂଜା ଚାନ୍ଦା ମାଗି ଗିରଫ । ବେଆଇନ୍ ପୂଜା ଚାନ୍ଦା ମାଗିବା ଅଭିଯୋଗରେ ମାଲଗୋଦାମ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଜଣ କଲେଜ ଛକ ପୂଜା କମିଟିର ସଦସ୍ୟ ବୋଲି ଜଣାପଡ଼ିଛି । ଅଭିଯୋଗ ଅନୁସାରେ, ଜଣେ ବ୍ୟବସାୟୀଙ୍କୁ ୧୩ ହଜାର ଟଙ୍କା ଚାନ୍ଦା ମାଗିବା ସହ ଏହାକୁ ଶୀଘ୍ର ଦେବା ପାଇଁ ତାଗିଦ କରିଥିଲେ ପୂଜା କମିଟି ସଦସ୍ୟ ।

ଏନେଇ ବ୍ୟବସାୟୀ ଜଣଙ୍କ ମାଲଗୋଦାମ ଥାନା ପୋଲିସର ଦ୍ୱାରସ୍ଥ ହୋଇଥିଲେ । ପୋଲିସ କଲେଜ ଛକ ପୂଜା କମିଟିର ଦୁଇ ସଦସ୍ୟଙ୍କୁ ଗିରଫ କରିଛି । କମିଶନରେଟ ପୋଲିସର ଜିରୋ ଟଲରେନ୍ସ ଅଭିଯାନରେ ଜୋର ଜବରଦସ୍ତି ଚାନ୍ଦା ମାଗିବା ନେଇ ଅଭିଯୋଗ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଜୋନ-୧ ଏସିପି ।

Spread the love