୧୫ଜଣ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

ପାଟଣାଗଡ ୮।୧୦: ବଲାଙ୍ଗୀର ଜିଲ୍ଲା ବେଲପଡା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ  ବନମାଲ ଛକରେ ଏକ ବଲୋରୋ ଗାଡିକୁ ସନ୍ଦେହରେ  ଅଟକାଇଥିଲେ । ସେହି ଗାଡିରୁ ୧୫ ଜଣ ଦାଦନ ଶ୍ରମିକମାନେ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଉଥିବା ସମୟରେ ପୋଲିସ ସେମାନଙ୍କୁ ଅଟକାଇ ପଚରାଉଚରା କରିଥିଲା । ସମସ୍ତଙ୍କୁ ଥାନାକୁ ଆଣି ଅଧିକ ପଚରାଉଚରା କରି ସେମାନେ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିକୁ ଯାଉଥିଲେ ।

ଏହି ସମୟରେ ଶ୍ରମିକମାନଙ୍କୁ ନେଉଥିବା  ନିଲାଞ୍ଚଲ ବଛାର ନାମକ ଜଣେ ସର୍ଦାରଙ୍କ ସହ ଗାଡିର ଚାଳକ ଦେବରାଜ ଠେଲାକୁ ପୋଲିସ ଗିରଫ କରି ବୋଲେରୋ ଗାଡିକୁ ଜବତ କରିଛି । ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି ବୋଲି ଥାନା ଅଧିକାରୀ ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି। ଉକ୍ତ ଦାଦନ ଶ୍ରମିକମାନେ ହେଲେ ତୁରେକେଲା ଥାନା ଅଞ୍ଚଳର । ବର୍ତ୍ତମାନ ଏହି ଅଞ୍ଚଳରେ ଦାଦନ ଚାଲାଣ ଋତୁ ଆରମ୍ଭ ହେଉଥିବା ବେଳେ ଏହାକୁ ରୋକିବା ପାଇଁ ପ୍ରଶାସନ କଡାକଡି କରିବା ପାଇଁ  ଅଞ୍ଚଳରେ ଦାବି ହେଉଛି ।

Spread the love