ବସଷ୍ଟାଣ୍ଡରେ ବସି କାନ୍ଦୁଥିଲେ ୨ଶିଶୁ , ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର ୨୫/୦୯: ଭରତପୁର ପୋଲିସ ଦ୍ବାରା ୨ ଶିଶୁ ଉଦ୍ଧାର । ବରମୁଣ୍ଡା ବସଷ୍ଟାଣ୍ଡରେ କାନ୍ଦୁଥିବା ଅବସ୍ଥାରେ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି । ସେମାନଙ୍କ ମଧ୍ୟରୁ ଝିଅର ବୟସ ୮ ବର୍ଷ ହୋଇଥିବା ବେଳେ ତାର ସାନ ଭାଇ ୫ ବର୍ଷର । ୨ ଶିଶୁଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି ।

CWCରେ ହାଜର କରିବା ପରେ ସେମାନଙ୍କୁ VJSS ଓପନ୍ ସେଲଟରରେ ରଖାଯାଇଛି । ଦୁହେଁ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ମାଆ ୪ ବର୍ଷ ହେବ ନିଖୋଜ ଥିବା ବେଳେ, ବାପା ସେମାନଙ୍କୁ ଭୁବନେଶ୍ୱର ଆଣିଥିଲେ । ହେଲେ ବରମୁଣ୍ଡା ବସଷ୍ଟାଣଡରେ ଛାଡି କୁଆଡେ ପଳାଇଥିବା ଭାଇ ଭଉଣୀ ଦୁହେଁ କହିଛନ୍ତି ।

Spread the love