କେନାଲ ଖାତରେ ପଡ଼ି ୨ ବାଇକ୍‌ ଆରୋହୀ ମୃତ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ): ସଦର ଥାନା ପଦ୍ମନାଭପୁରଠାରେ ଗତ ରାତିରେ ନିର୍ମାଣାଧୀନ କେନାଲ ପୋଲ ଖାତରେ ପଡ଼ି ଦୁଇଜଣ ବାଇକ୍ ଆରୋହୀ ମୃତ୍ୟୁବରଣ କରିଛନ୍ତି। ମୃତ ଯୁବକ ଦୁଇଜଣ ହେଲେ ଓଡ଼ାପଡ଼ା ବ୍ଲକ୍‌ ଇନ୍ଦୁପୁର ଗାଁର ବେଣୁଧର ପ୍ରଧାନ(୪୫) ଏବଂ ଢେଙ୍କାନାଳ ସହର ଉପକଣ୍ଠ ରାମେଶ୍ବରପୁରରେ ରହୁଥିବା ଲୁଣି ଗାଁର ସଦାନନ୍ଦ ବେହେରା(୪୨)। 
ସୂଚନା ଅନୁଯାୟୀ, ବେଣୁଧର ଓ ସଦାନନ୍ଦ ଭୁବନେଶ୍ବରରେ ମିସ୍ତ୍ରି କାମ କରୁଥିଲେ। ଉଭୟେ ମଝିରେ ମଝିରେ ଘରକୁ ବୁଲିବାକୁ ଆସୁଥିଲେ। ଗତ ରାତିରେ ସେମାନେ ଗାଁକୁ ଏକ ମଟର ସାଇକେଲ୍‌ରେ ଫେରୁଥିଲେ। ଶଙ୍କରପୁର- ଢେଙ୍କାନାଳ ରାସ୍ତାର ପଦ୍ମନାଭପୁରଠାରେ ରେଙ୍ଗାଳି ଦକ୍ଷିଣ ପାର୍ଶ୍ବ କେନାଲର ପୋଲ ନିର୍ମାଣ ପାଇଁ ଖୋଳା ହୋଇଥିବା ଗାତରେ ଆଜି ସକାଳେ ଉଭୟଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଅଞ୍ଚଳବାସୀ ଏ ସଂକ୍ରାନ୍ତରେ ତୁରନ୍ତ ଗୋବିନ୍ଦପୁର ଫାଣ୍ତିକୁ ଖବର ଦେବାରୁ ପୁଲିସ୍‌ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିଥିଲେ। ପୁଲିସ୍‌ ମୃତଦେହ ୨ଟି ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ଏ ସ˚ପର୍କରେ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିବା  ଗୋବିନ୍ଦପୁର ଫାଣ୍ତି ଅଧିକାରୀ ଡି.କେ. ପାଣି ସୂଚନା ଦେଇଛନ୍ତି।
Spread the love