ନଦୀରେ ବୁଡି ୭ ବର୍ଷର ନାବାଳିକାଙ୍କ ମୃତ୍ୟୁ

ଚଣ୍ଡିଖୋଲ ୨୬।୮: ନାଳରେ ଗାଧାଉଥିବା ବେଳେ ପାଣିରେ ବୁଡି ୭ ବର୍ଷର ଝିଅର ମୃତ୍ୟୁ ହୋଇଛି । ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ପଞ୍ଚାୟତରେ । ହାମଜାପୁର ଗ୍ରାମର ପିକୁଲ ଦାସଙ୍କ ୭ ବର୍ଷର ଝିଅ ଲକ୍ଷ୍ମୀପ୍ରିୟା ଦାସ ଘର ପାଖରେ ଥିବା ସଗଡିଆ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ଝିଅଟି ପାଣିରେ ବୁଡି ଯାଇଥିଲା । ସ୍ଥାନୀୟ ଲୋକେ ନାଳରେ ବହୁ ଖୋଜା ଖୋଜି ପରେ ଝିଅକୁ ପାଣିରୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବୁଧବାର ମଧ୍ୟ ଏହି ପଟୁଣିଆ ପଂଚାୟତର ୫ ବର୍ଷର ଶିଶୁପୁତ୍ର ବିଗ୍ନେଶ୍ବରଙ୍କର ନଦୀରେ ବୁଡ଼ିଯାଇ ମୃତ୍ୟୁ ହୋଇଥିଲା ।  ଗୁରୁବାର ୭ ବର୍ଷର ଝିଅର ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love