ପାଣି ଭିତରେ ପଶିଗଲା କାର୍‌ , ୨ ଜଣଙ୍କ ମୃତ୍ୟୁ

ପୁରୀ ୨୯/୦୮ : ସତ୍ୟବାଦୀ ନିକଟ ଅଳଗୁମ-ଗଙ୍ଗାବର ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ପାଣି ଖାଲରେ ପଶିଗଲା କାର । ପାଣିରେ କାର୍‌ଟି ଡୁବିଯବାରୁ ଭିତରେ ଫସିଥିବା ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକମାନେ ବ୍ରହ୍ମପୁର ଅଞ୍ଚଳର ବୋଲି ଜଣାପଡିଛି । ଗୁରୁତରଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

କାରର ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ପାଣି ଭିତରକୁ କାରଟି ଓଲଟି ପଡିଥିବା ଜଣାପଡିଛି । ଉଦ୍ଧାର କରାଯାଇ ୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଅନ୍ୟ ଜଣଙ୍କ ଚିକିତ୍ସା ଚାଲିଛି । ସାକ୍ଷୀଗୋପାଳ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ଳପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।

Spread the love