ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଜଣେ ମୃତ

କଳାହାଣ୍ଡି, ୦୯/୧୧: କଳାହାଣ୍ଡି ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଅଟାଙ୍ଗଗୁଡା ଗ୍ରାମର ଯୁବରାଜ ମାଝୀ(୪୪) ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ଆଜି ଦିନ ୨ଟାରେ ସେ ଗାଧେଇବା ପାଇଁ ଗାଁ ପୋଖରୀକୁ ଯାଇଥିବା ବେଳେ ଫେରିନଥିଲେ । ଦୀର୍ଘ ସମୟ ଧରି ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ସନ୍ଧ୍ୟା ୫ଟା ସମୟରେ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ପାଣିରୁ ବାହାର କରିଥିବା ବେଳେ ସଦର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Spread the love