ଯୁକ୍ତ ୨ଫର୍ମ ପୂରଣ ପାଇଁ ବଢିଲା ଅବଧି

ଭୁବନେଶ୍ୱର ୧୧/୦୧: ଯୁକ୍ତ୨ ଫର୍ମ ପୂରଣ ଅବଧି ବଢ଼ିଲା । ଆସନ୍ତା ଯୁକ୍ତ ୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଚାଲିଛି । ବର୍ତମାନ ସୁଦ୍ଧା ୩ ଲକ୍ଷ ୧ ହଜାର ୭୯୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଯେଉଁ ଛାତ୍ରଛାତ୍ରୀ ଏ ପର୍ଯ୍ୟନ୍ତ ଫର୍ମ ପୂରଣ କରିନାହାନ୍ତି । ସେମାନେ ଜାନୁଆରି ୧୮ ସୁଦ୍ଧା ୪୫୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିପାରିବେ ।

କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଗୁଲାର୍, ଏକ୍ସ- ରେଗୁଲାର୍, କରେଣ୍ଡନ୍ସ ପାଠ୍ୟକ୍ରମର ଛାତ୍ରଛାତ୍ରୀ ୧୧ ରୁ ୧୮ ତାରିଖ ମଧ୍ୟରେ ଏହି ସୁବିଧା ନେଇପାରିବେ । ଏହା ପରେ ପରିଷଦ ପକ୍ଷରୁ ଆଉ ସମୟ ସୀମାକୁ ବୃଦ୍ଧି କରାଯିବା ନାହିଁ ବୋଲି ପରିଷଦ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

Spread the love