2 ଗୁଣ ହୋଇଯିବ ପୂର୍ବତନ ବିଧାୟକଙ୍କ ପେନସନ, ଗୃହ ମନ୍ତ୍ରାଳୟ ଦେଲା ମଞ୍ଜୁରୀ

ସେଠାରୁ ଅନୁମତି ପାଇବା ପରେ ଏହାକୁ ଦିଲ୍ଲୀ ବିଧାନସଭାକୁ ଅଣାଯିବ। ବିଧାନସଭାର ଅନୁମତି ପରେ ଏହା ପୁଣି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। ସେଠାରୁ ଅନୁମତି ପାଇବା ପରେ ଏହାକୁ ଅନୁମୋଦନ କରାଯିବ | ସେ କହିଛନ୍ତି ଯେ ଏଥର ପ୍ରଥମ ଥର ଦରମା ବୃଦ୍ଧି ପ୍ରକ୍ରିୟା ଲମ୍ୱା ହୋଇଛି। ବିଧାନସଭା ବାଚସ୍ପତି ଗୋୟଲ କହିଛନ୍ତି ଯେ ୨୦୧୫ ମସିହାରେ ଦିଲ୍ଲୀ ବିଧାନସଭା ବିଧାୟକଙ୍କ ଦରମା ବୃଦ୍ଧି ସମ୍ପର୍କିତ ଏକ ବିଲ୍ ପାରିତ କରି ଏହାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇଥିଲା। ଯେଉଁଥିରେ ବିଧାୟକଙ୍କ ଦରମା ୨ ଲକ୍ଷ ୧୦ ହଜାରକୁ ବୃଦ୍ଧି କରାଯାଉଥିଲା। ସଂଶୋଧନ ଆବଶ୍ୟକ କହି କେନ୍ଦ୍ର ଏହାକୁ ଫରାଇଦେଇଥିଲା |

ଏହାକୁ ସଂଶୋଧନ କରି ପୁଣି ୨୦୧୭ ରେ କେନ୍ଦ୍ରକୁ ପଠାଯାଇଥିଲା | ଯେଉଁଥିରେ କେନ୍ଦ୍ର ବିଲରେ ପ୍ରସ୍ତାବିତ ବେତନକୁ ଗ୍ରହଣ ନକରି ଏବଂ ପୂର୍ବରୁ ସ୍ଥିର ହୋଇଥିବା ବେତନରେ କିଛି ବୃଦ୍ଧି କରି ଏପ୍ରିଲ୍ ୨୦୨୦ ରେ ଏହାକୁ ଦିଲ୍ଲୀ ବିଧାନସଭାକୁ ପଠାଇଥିଲା। କିନ୍ତୁ ସେତେବେଳେ କରୋନା ଅବଧି ଯୋଗୁଁ ସରକାର ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେଣୁ ଗୋଟିଏ ବର୍ଷ ପରେ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Spread the love