2ଲୁଟେରା ଗିରଫ, 5ଲକ୍ଷ ଜବତ

ଔପଦା(ରଞ୍ଜିତ ମହାକୁଡ଼ ): ଚଳିତ ମାସ 12 ତାରିଖରେ ଔପଦା ଡ଼ିମ୍ପୁରା ଗ୍ରାମରେ ଚୋରି ହୋଇଥିଲା. ଆଜି ପୋଲିସ ସେହି ଚୋରି କେସରେ 2ଜଣକୁ ଗିରଫ କରିଛି.
ସୂଚାଥାଉକି, ଚଳିତ ମାସ 12 ତାରିଖରେ ଔପଦା ଡ଼ିମ୍ପୁରା ଗ୍ରାମରେ ଏହି ଦୁଇ ଜଣ ଯୁବକ ଫେରିବାଲା ହୋଇ ଗ୍ରାମରେ ବୁଲୁଥିଲେ. ରମାକାନ୍ତ ମହାପାତ୍ର ଓ ବିନୋଦ ମହାପାତ୍ର ଘରେ କେହି ନଥିବାର ଏହି 2ଜଣ ଯୁବକ ସୁଯୋଗ ନେଇ ରାତିରେ ଲୁଟ କରିଥିଲେ । ଏନେଇ 2ପରିବାର ଔପଦା ଥାନାରେ ଅଭିଯୋଗ କରିଥିଲେ. ପୋଲିସ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ପରେ ପୋଲିସ ମୋବାଇଲ ଟ୍ରାକ କରି ଆଗରପଡା ଅଞ୍ଚଳରୁ 2ଜଣଙ୍କୁ ଗିରଫ କରିଛି. ପୁଲିସ ସେମାନଙ୍କ ଠାରୁ ନଗଦ 1ଲକ୍ଷ 50 ହଜାର ଟଙ୍କା ସହ 5 ଲକ୍ଷ ଟଙ୍କା ସୁନା, 180 ଗ୍ରାମ ରୁପା ,ଗୋଟିଏ ବାଇକ ଓ ବିଭିନ୍ନ ମାଣାଅସ୍ତ୍ର ଜବତ କରିଛନ୍ତି. ଏହି 2ଲୁଟେରା ହେଲେ ଜଗତସିଂହପୁର ଅଞ୍ଚଳରେ ବାଲୁଙ୍କେଶ୍ୱର ପରିଡା ଓ ଭଦ୍ରକ ଅଞ୍ଚଳ ପ୍ରସନ୍ନ କୁମାର ଜେନା. ପୁଲିସ ଏମାନଂକୁ ଆଜି କୋର୍ଟ ଚାଲାଣ କରିଛି
ଏହି ଲୁଟେରା ମାନେ ତାଲା ପଡିଥିବା ଘରକୁ ଲୁଟ କରୁଥିବା ନେଇ ନୀଳଗିରି ଏସ୍ଡିପିଓ ରିତେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।ଏହି ଦୁଇ ଲୁଟେରାଙ୍କର ଭଦ୍ରକ ଓ ଜଗତସିଂହପୁର ଅଞ୍ଚଳରେ ଏକାଧିକ ମମଲାଥିବା ନେଇ ସୂଚନା ମିଳିଛି ।

Spread the love