ଆଞ୍ଚଳିକ କଳା, ସଂସ୍କୃତି ବଞ୍ଚାଇ ରଖିବାକୁ ଆହ୍ବାନ

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଂଚାୟତ ଜଗତି ହାଇସ୍କୁଲ ପଡିଆ ମହୋତ୍ସବ ମଣ୍ଡପରେ ବୁଧବାର ଗନ୍ଧରlଢ଼ୀ ଲୋକକଳା ମହୋତ୍ସବ ଉଦଘlଟିତ ହୋଇଯାଇଛି l ପ୍ରଥମେ ଜହ୍ନlପଙ୍କ ହନୁମାନ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ବାହାରି ଜହ୍ନlପଙ୍କ ବସଷ୍ଟାଣ୍ଡ, ନାରାୟଣନଗର, ଲକ୍ଷ୍ମୀପ୍ରସାଦ ଦେଇ ଗନ୍ଧରାଢ଼ୀ ମନ୍ଦିରରେ ପହଂଚି ଥିଲା ଏବଂ ସେଠାରେ ପୂଜାର୍ଚ୍ଚନା କରାଯାଇ ମଶାଲ ମହୋତ୍ସବ ମଣ୍ଡପକୁ ଅଣାଯାଇଥିଲା। ଏହା ପରେ ସେଠାରୁ ମଶାଲ ମହୋତ୍ସବ ମଣ୍ଡପରେ ପହଂଚିବା ପରେ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ, ପଞ୍ଚାୟତି ରାଜ, ପାନୀୟ ଜଳ ଯୋଗାଣ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନନୀୟ ଅତିଥି ଭାବେ ବୌଦ୍ଧର ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ନିଜ ଅଂଚଳର କଳା ସଂସ୍କୃତି ସାହିତ୍ୟକକୁ ବଞ୍ଚାଇ ରଖିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ, ୬ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା କଳ୍ପନାରାଣୀ ସାହୁ, ୫ ନମ୍ବର ଜିଲ୍ଲାପରିଷଦ ସଭ୍ୟା ଉର୍ମିଳା ଝାଙ୍କର, ଲକ୍ଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ହାଡିବନ୍ଧୁ ମହାକୁଡ଼ ଯୋଗଦେଇ ଗନ୍ଧରାଢ଼ୀ ମନ୍ଦିରର ଗାରିମା ବର୍ଣ୍ଣନା କରିଥିଲେ l

ଗନ୍ଧରାଢ଼ୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ଗାନ କରିଥିଲେ l ସମ୍ପାଦକ ଶମ୍ଭୁ ଗିରି ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ମନୋରଞ୍ଜନ ପୁରୋହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ବସନ୍ତ ସାହୁ ସଭା ପରିଚାଳନା କରିଥିବା ବେଳେ ସ୍ୱାଧୀନ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ସ୍ଥାନୀୟ ଅଂଚଳର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି ଉତ୍ସବ ପlଞ୍ଚଦିନ ଧରି ଅନୁଷ୍ଠିତ ହେବ।

Spread the love