ରାଜ୍ୟରେ କରୋନା ନେଲା ଆଉ ୩ ଜୀବନ

ଭୁବନେଶ୍ୱର, ୨୮/୦୬: ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନାରେ ମୋଟ୍ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରବିବାର ମୃତ୍ୟୁ ବରଣ କରିଥିବା ୩ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବର, କଟକ ଓ ଗଞ୍ଜାମରୁ ଜଣେ ଲେଖାଏଁ ରହିଛନ୍ତି। ଭୁବନେଶ୍ବରରୁ ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତ ଜଣଙ୍କ ୭୩ ବର୍ଷୀୟ ପୁରଷ ହୋଇଥିବାବେଳେ ସେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କ୍ରୋନିକ୍ କିଡନୀ ରୋଗରେ ପୀଡିତ ଥିଲେ ।
କଟକରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତ ଜଣଙ୍କ ୬୫ ବର୍ଷୀୟ ପୁରୁଷ ହୋଇଥିବା ବେଳେ ସେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କ୍ରୋନିକ୍ କିଡନୀ ରୋଗରେ ପୀଡିତ ଥିଲେ। ସେହିପରି ଗଞ୍ଜାମ ଜିଲାରୁ ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତ ଜଣଙ୍କ ୭୫ ବର୍ଷୀୟ ପୁରୁଷ ହୋଇଥିବା ବେଳ ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କର ମହାମାରୀ କରୋନାରେ ମୃତ୍ୟୁ ହୋଇଛି ସେଥି ମଧ୍ୟରୁ ଗଞ୍ଜାମ ଜିଲାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଟକ ଜିଲାରୁ ୪ ଏବଂ ଖୋର୍ଦ୍ଧା ଜିଲାରୁ ୫ ମୃତ୍ୟୁ ହୋଇଛି। ସେହିଭଳି ପୁରୀ ଜିଲାରୁ ଜଣେ, ବରଗଡଜିଲାରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଛି ।

Spread the love