ସାରା ବିଶ୍ୱରେ କରୋନା ନେଲାଣି ୩ ଲକ୍ଷ ୪୨ ହଜାର ଲୋକଙ୍କ ଜୀବନ

କରୋନା ଭୁତାଣୁ ବିଶ୍ୱବ୍ୟାପୀ ଏହାର ତାଣ୍ଡବ ରଚାଇବାରେ ଲାଗିଛି । ପ୍ରତିଦିନ ଶହ ଶହ ଲୋକ କରୋନା ଯୋଗୁଁ ମୃତ୍ୟୁବରଣ କରୁଥିବାବେଳେ ହଜାର ହଜାର ଲୋକ ଏହି ଭୁତାଣୁର ଶିକାର ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ବାବଦରେ ତାଜା ତଥ୍ୟ ପ୍ରକାଶ କରିଛି। ଏହି ଆକଳନ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁଁ ୩୪୨୦୦୦ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଭୁତାଣୁ ଦ୍ୱାରା ୫୩ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି |କରୋନା ଭୁତାଣୁର ୧୦୧୭୯୦ ଟି ନୂଆ ମାମଲା ହୋଇଛି, ଯାହା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୫୩୦୭୨୯୮ ରେ ପହଞ୍ଚିଛି। ଏହି ଭୁତାଣୁ ଯୋଗୁଁ ନୂଆ ୪୩୮୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୩୪୨୦୭୦ ରେ ପହଞ୍ଚିଛି।

ମାର୍ଚ୍ଚ ୧୧ ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭୁତାଣୁକୁ ବିଶ୍ୱ ମହାମାରୀ ବୋଲି ଘୋଷଣା କରିଥିବା ବେଳେ ସୋମବାର ଦିନ ୬୫୦୦ ଟି ନୂଆ ମାମଲା ସାମ୍ନାକୁ ଆସିଛି | ଅନ୍ୟପଟେ ଭାରତରେ କରୋନାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ପ୍ରାୟ 1.୪୫ ଲକ୍ଷରେ ପହଞ୍ଚିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ଦେଶରେ କରୋନା ଜୀବାଣୁ ଯୋଗୁଁ ୪୧୭୨ ଜଣଙ୍କର ମୃତ୍ୟୁ ହୋଇଛି।

Spread the love