କଳ୍ପନାଙ୍କ ମରଶରୀର ଆଣିବାକୁ ୩ ଜଣିଆ ଟିମ୍‌ର କାଠମାଣ୍ଡୁ ଗସ୍ତ

ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ମରଶରୀରକୁ ଓଡ଼ିଶା ଫେରାଇ ଆଣିବାକୁ ଆଜି କାଠମାଣ୍ଡୁ ଗସ୍ତ କରିଛନ୍ତି ୩ଜଣିଆ ଟିମ୍। ଏହି ଟିମ୍‌ରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାସ, ଏଭେରେଷ୍ଟ ଆରୋହଣକାରୀ ଗଣେଶ ଜେନା ଏବଂ କଳ୍ପନାଙ୍କ ସମ୍ପର୍କୀୟ ରଣଜିତ କର୍ମୀ ସାମିଲ ଅଛନ୍ତି । ଏଥିସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଭାରତୀୟ ଦୂତାବାସ ସହ ଯୋଗାଯୋଗ ରଖି ପାର୍ଥିବ ଶରୀରକୁ କିପରି ଓଡ଼ିଶା ଅଣାଯାଇପାରିବ ସେନେଇ ତତ୍ପରତା ଦେଖାଇଛନ୍ତି।

ନେପାଳର ୧୦ଜଣ ଶେରପା ଏଭରେଷ୍ଟରୁ କଳ୍ପନାଙ୍କ ମରଶରୀର ଉଦ୍ଧାର ଲାଗି ଚେଷ୍ଟା ଚଳାଇଛନ୍ତି। ତେବେ ପାଗ ଭଲ ରହିଲେ ଆଜି ଉଦ୍ଧାର ସମ୍ଭବ ହେବ ବୋଲି ସୂଚନା ମିଳିଛି। କଳ୍ପନାଙ୍କ ଅକାଳ ବିୟୋଗ ଖବର ପାଇ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ତାଙ୍କ ପରିବାର ବର୍ଗ। କଳ୍ପନାଙ୍କ ଆତ୍ମାର ସଦଗତି ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ଭୁବନେଶ୍ୱରଠାରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି।

Spread the love