ନିର୍ବାଚନୀ ହିଂସା: ବୁଥ୍ ରିଗୀଙ୍ଗ୍ ଘଟଣାରେ ବଢୁଛି ଗିରଫଙ୍କ ସଂଖ୍ୟା

ଯାଜପୁର ୨୦/୦୨ : ନିର୍ବାଚନ ହିଂସା ଘଟଣାରେ ବଢୁଛି ଗିରଫ ସଂଖ୍ୟା। ଘଟଣାଟି ହେଉଛି ଯାଜପୁରର। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଦୁଇଟି ପଂଚାୟତରେ  ବୁଥ ରୀଗିଙ୍ଗ କରାଯାଇ ଥିଲା। ଯାହାକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଧର୍ମଶାଳା ବ୍ଲକ ଅରାବଳ ପଂଚାୟତର ୮ନମ୍ବର ବୁଥ ଓ ଦେଓଦା ପଂଚାୟତର ଦୁଇଟି ବୁଥରେ, ବୁଥ୍‌ ଜବରଦଖଲ ନେଇ ନିର୍ବାଚନ ସ୍ଥଗିତ ରହିଛି।

ନିର୍ବାଚନ ହିଂସା ଘଟଣାରେ ପୂର୍ବରୁ ଦେଓଦା ପଂଚାୟତରୁ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଧର୍ମଶାଳା ପୋଲିସ ।

ଅରାବଳ ପଂଚାୟତରେ ପୂର୍ବରୁ ହୋଇଥିବ ବୁଥ ରୀଗିଙ୍ଗ ଘଟଣାରେ  ଆଜି ପୁଣି ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍‌। ନିର୍ବାଚନୀ ହିଂସାକୁ ନେଇ ଧର୍ମଶାଳା ପୋଲିସ ମୋଟ୍‌ ୧୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Spread the love