ଆସିଲା ରାଜ୍ୟସଭା ଫଳାଫଳ, ନିନ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ଦେବାଶିଷ, ଶୁଭାଶିଷ, ଅଶ୍ୱିନୀ

ଓଡ଼ିଶାର ୩ ରାଜ୍ୟସଭା ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ । ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ନିନ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ରିଟର୍ଣ୍ଣିଂ ଅଫିସର । ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ୩ ପ୍ରାର୍ଥୀ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ନିଜର ବିଜୟୀ ସାର୍ଟିଫିକେଟ ଗ୍ରହଣ କରିଛନ୍ତି । ଏହି ୩ ଜଣଙ୍କୁ ଛାଡିଦେଲେ ଅନ୍ୟ କେହି ନାମାଙ୍କନପତ୍ର ଦାଖଲ କରିନଥିବାରୁ ଆଉ ନିର୍ବାଚନ ଅନୁଷ୍ଠିତ ହୋଇନଥିଲା । ଫାଙ୍କା ହୋଇଥିବା ୩ ଆସନରେ ୩ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ ।ବିଜେଡି ପ୍ରଥମେ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଥିଲା । ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିଥିଲେ । ଅନ୍ୟପଟେ ତୃତୀୟ ଆସନରୁ କିଏ ରାଜ୍ୟସଭା ଯିବ ତାହାକୁ ନେଇ ସସପେନ୍ସ ଲାଗି ରହିଥିଲା । ତେବେ ବିଜେପି ତୃତୀୟ ଆସନ ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଥିଲା । ଅଶ୍ୱିନୀଙ୍କୁ ପ୍ରାର୍ଥୀତ୍ୱକୁ ସମର୍ଥନ କରିଥିଲା ବିଜେଡି । ଯାହାଫଳରେ ଅଶ୍ୱିନୀଙ୍କ ରାଜ୍ୟସଭା ଯିବା ରାସ୍ତା ସଫା ହୋଇଥିଲା ।

Spread the love