ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 3 ଆତଙ୍କବାଦୀ

ଜମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ତିନିଜଣ  ଆତଙ୍କବାଦୀ ନିହତ ହୋଇଛନ୍ତି।  ବର୍ତ୍ତମାନ ମଧ୍ୟ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି ।

ସୋମବାର ସକାଳୁ ସକାଳୁ ସେନାର 55 ତମ ରାଷ୍ଟ୍ରୀୟ ରାଇଫଲ୍ସକୁ ଆତଙ୍କବାଦୀ ପୁଲୱାମା ଜିଲ୍ଲାରେ ଏକ ଅଞ୍ଚଳରେ ଲୁଚି ରହିଥିବା ନେଇ ସେନାକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା ତୁରନ୍ତ ଜମ୍ମୁ କାଶ୍ମୀର ପୋଲିସର ଏକ ସ୍ୱତନ୍ତ୍ର ଟିମ ଓ ଭାରତୀୟ ସେନାର ଏନକାଉଣ୍ଟର ସ୍ପେଶାଲିଷ୍ଟ ଟିମ ତୁରନ୍ତ ଉକ୍ତ ଅଞ୍ଚଳରେ ପହଁଞ୍ଚି ଯାଇଥିଲା । ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଏକ ଘରୁ ଆତଙ୍କବାଦୀ ମାନେ ସେନା ଉପରକୁ ଗୁଳି ବର୍ଷଣ କରିବା ଆରମ୍ଭ କରିଦେଇଥିଲେ । ସେନା ପକ୍ଷରୁ ତୁରନ୍ତ ଏହାର ଜବାବ ଦିଆଯାଇଥିଲା, ଭାରତୀୟ ସେନାର ପ୍ରତିଆକ୍ରମଣରେ ତିନି ଆତଙ୍କବାଦୀ ଟଳି ପଡିଥିଲେ । 

 

Spread the love