ଘରେ ଥିବା ଏହି ୩ ଜିନିଷ ସୃଷ୍ଟି କରିପାରେ ବାସ୍ତୁ ଦୋଷ, ଜାଣନ୍ତୁ କ‘ଣ

ବାସ୍ତୁ ଶାସ୍ତ୍ର ଘର ଏବଂ ଘରର ବସ୍ତୁକୁ ସଠିକ୍ ଦିଗରେ ରଖିବା ପାଇଁ ଦିଗ ଗଣନା କରିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଭିନ୍ନ ଭିନ୍ନ ଦିଗ ଅଲଗା ଅଲଗା ବସ୍ତୁ ଏବଂ କାର୍ଯ୍ଯ ପାଇଁ ବିଭିନ୍ନ ପ୍ରକାର ଫଳ ପ୍ରଦାନ କରିଥାଏ। ପ୍ରତ୍ଯେକ ଦିଗରୁ ଏକ ଶକ୍ତି ଆସିଥାଏ, ଯାହା ଘରର ନକ୍ସା ଏବଂ ଘରେ ଥିବା ଜିନିଷପତ୍ର ଦ୍ବାରା ପ୍ରଭାବିତ ହୋଇଥାଏ। ବାସ୍ତୁ କାରଣରୁ ଘରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପଡିଥାଏ। ବିଶେଷ ରୂପେ ଘରୁ ନକାରାତ୍ମକ ଶକ୍ତି ବାହାର କରିବା ଅତ୍ଯନ୍ତ ଆବଶ୍ଯକ। ନଚେତ୍ ଘରର ସମସ୍ତ ଲୋକ ପ୍ରତିକୂଳ ରୂପେ ଏହାଦ୍ବାର ପ୍ରଭାବିତ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ଘରେ କେଉଁ ଜିନିଷ ରଖିବା ଅଶୁଭ ହୋଇଥାଏ ।

ଘରେ ରଖନ୍ତୁ ନାହିଁ ଏହି ଜିନିଷ

 ବହୁତ ଲୋକେ ଘର ସଜାଇବା ପାଇଁ ଫୁଲ ରଖିବା ପସନ୍ଦ କରିଥାନ୍ତି । ହେଲେ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କିମ୍ବା ମନ୍ଦିରରେ କେବେ ମଉଳି ଯାଇଥିବା ଫୁଲ ରଖନ୍ତୁ ନାହିଁ । କାରଣ ଏହାଦ୍ୱାରା ଘରେ ନକରାତ୍ମକ ପ୍ରଭାବ ବଢ଼ିଥାଏ । ଗଛ-ପତ୍ର ଓ ଫୁଲକୁ ସକରାତ୍ମକ ଶକ୍ତିର କାରକ ମନାଯାଇଥାଏ । ତେଣୁ ଏହାର ଉଚିତ ଦେଖା ଶୁଣା କରନ୍ତୁ । ଯଦି କୌଣସି ଫୁଲ ମଉଳି ଯାଏ, ତେବେ ଏହାକୁ ହଟାଇ ସଜ ଫୁଲ ଲଗାନ୍ତୁ ।

 ଘର କିମ୍ବା ଅଫିସରେ ବାହାରିଥିବା ତାର, ଖରାପ ହୋଇଥିବା ଇଲେକ୍ଟ୍ରୋନିକ୍ସ ଉପକରଣ ରଖିବା ଶୁଭ ମନାଯାଇ ନଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ମନାଯାଏ ଯେ ଏହାଦ୍ୱାରା ଆପଣଙ୍କର ଆଖପାଖରେ ନକରାତ୍ମକତା ବାସ କରିଥାଏ । ଯାହାକି ଆପଣଙ୍କ ଉନ୍ନତି ଓ ଧନ ପ୍ରତି ବାଧା ସୃଷ୍ଟି କରିଥାଏ ।

 ଘରେ କେବେ ବି ହିଂସ୍ର ପଶୁ କିମ୍ବା ତାଜମହଲ ଫଟୋ ଲଗାନ୍ତୁ ନାହିଁ । କାରଣ ଏହାଯୋଗୁ ଘରେ ମାନସିକ ଦୁଶ୍ଚିନ୍ତା ଓ କଥା କଟାକଟି ଭଳି ସମସ୍ୟା ଦେଖାଦେଇପାରେ ।

Spread the love