ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ ଗୁରୁତର

ରାଜଗାଙ୍ଗପୁର: ରାଜଗାଙ୍ଗପୁର ସାପ୍ତାହିକ ବଜାର ନିକଟରେ ଆଇସିଆଇସିଆଇ ବ୍ୟାଙ୍କ ନିକଟରେ ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ୩ ଗୁରୁତର ହୋଇଥିବା ସୂଚନା ମିଳିଛି। ସିଏମଏସ ଗାଡ଼ିରେ ଏଟିଏମରେ ଟଙ୍କା ଭର୍ତ୍ତି କରିବା ପାଇଁ ଆସିଥିବା ବେଳେ ବ୍ୟାଙ୍କ ନିକଟରେ ଗାଡ଼ିରୁ ଓହ୍ଲାଉଥିବା ବେଳେ ସୁରକ୍ଷା କର୍ମୀଙ୍କ ବନ୍ଧୁକ ଅସାବଧାନତା କାରଣରୁ ଗୁଳି ବାହାରି ପାଖରେ ଛିଡ଼ା ହୋଇଥିବା ୩ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଦିଲୱାରଗଞ୍ଜର ବାସିନ୍ଦା ମହମ୍ମଦ ଇଲିଆସ (୪୦), ଜାମ୍ପପାଲିର ବାସିନ୍ଦା ସୀତା ଲାକ୍ରା (୩୩) ଶାନ୍ତି ନଗରର ଅନୁରାସ ତନ୍ତୀ (୨୫)। ସମସ୍ତଙ୍କ ଅଵସ୍ଥା ଗୁରୁତର ହେବାରୁ ରାଉରକେଲା ସରକାରୀ ଚିକିତ୍ସାଳୟକୁ  ସ୍ଥାନାନ୍ତରିତ କରାଯାଇଛି। ସୁରକ୍ଷାକର୍ମୀଙ୍କୁ ସ୍ଥାନୀୟ ବାସିନ୍ଦାମାନେ କାବୁ କରି ପୁଲିସ ଜିମା ଦେଇଛନ୍ତି। ଘଟଣା ସ୍ଥଳରେ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Spread the love