ଆତ୍ମସମର୍ପଣ କଲେ ତିନି ହଜାର ଆତଙ୍କବାଦୀ

ସିରିଆରେ ଆଇଏସ୍‌ ଆତଙ୍କବାଦୀଙ୍କ ଶେଷ ଦୁର୍ଗ ବାଘୁଜ ଗାଁ ଉପରେ କୁର୍ଦ୍ଧ ସମର୍ଥିତ ଆମେରିକା ବାହିନୀ ଆକ୍ରମଣ ଆରମ୍ଭ କରିଛନ୍ତି। ଇତିମଧ୍ୟରେ3 ହଜାର ଆତଙ୍କବାଦୀ ଆତ୍ମସମର୍ପଣ କରିଥିବାବେଳେ ଏନ୍‌କାଉଣ୍ଟରରେ କେତେକଙ୍କର ମୃତ୍ୟୁ ଘଟିଛି।

ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଦିଆଯାଇଥିବା ସମୟ ଅବଧି ଶେଷ ହେବା ପରେ ଆକ୍ରମଣ ଗାଁକୁ ଭିଳିତ ସୁରକ୍ଷା ବାହିନୀ ଘେରିବା ଆରମ୍ଭ କରିଥିଲେ। 2014 ଠାରୁ ଏଠାରେ ଆଇଏସ୍‌ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଥିଲା। ତେବେ ମିଳିତ ସୁରକ୍ଷା ବାହିନୀର ମୁକାବିଲା କରିବାରେ ଆତଙ୍କବାଦୀ ସଂଗଠନ ସକ୍ଷମ ନ ହୋଇ ଧୀରେଧୀରେ ଦୁର୍ବଳ ହୋଇପଡ଼ିଥିଲା। ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରଠାରୁ ଇତିମଧ୍ୟରେ 60 ହଜାରରୁ ଅଧିକ ଲୋକ ଆତଙ୍କବାଦୀ ଶିବିର ଥିବା ଅଞ୍ଚଳ ତ୍ୟାଗ କରିଛନ୍ତି। ଫଳରେ ଆତଙ୍କବାଦୀ ବିରୋଧୀ କାର୍ଯ୍ୟକ୍ରମ ତ୍ୱରାନ୍ବିତ ହୋଇପାରୁଛି।

Spread the love