୫ ଲକ୍ଷରୁ ଅଧିକ ବ୍ରାଉନସୁଗାର ଜବତ, ୩ ଗିରଫ

ପୁରୀ ୧୬/୦୯: ଶ୍ରୀକ୍ଷେତ୍ର ପୁରୀରେ ବଢିଛି ଧଳାଜହର କାରବାର । ଏହି ଅଭିଯୋଗରେ ଆଜି ୫ ଲକ୍ଷ ୭୫ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ ସହ ତିନିଜଣ ବେପାରୀଙ୍କୁ ଗିରଫ କରିଛି ପୁରୀ ବଳିଆ ପଣ୍ଡା ଥାନା ପୋଲିସ ।

ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଚଢ଼େଇ ପଲ୍ଲୀ ଗ୍ରାମର ରାମକୃଷ୍ଣ ଲେଙ୍କା, ସରପଲ୍ଲୀ ଗ୍ରାମର ମିଲନ ବେହେରା ଓ ପୁରୀ ସଦର ନୂଆପାଟଣା ଗ୍ରାମର ମଦନ ମୋହନ ବରାଳ । ଅଭିଯୁକ୍ତଙ୍କ ଠାରୁ ପୋଲିସ ୫୭.୫ ଗ୍ରାମ ବ୍ରାଉନ ସୁଗାର ସହ ୧ ହଜାର ଟଙ୍କା ଜବତ କରିଛି । ଗୁରୁବାର ପୂର୍ବାହ୍ନରେ ଏହି ଅଭିଯୁକ୍ତ ମାନେ ବାଇକ ଯୋଗେ ନୂଆ ବାଇପାସ୍ ରୋଡରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅନନ୍ୟା ଆପାର୍ଟମେଣ୍ଟ ନିକଟରୁ ଗିରଫ କରି କୋର୍ଟ ଚାଲାଣ କରିଛି । 

Spread the love