ତିନି ଦିନିଆ ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ, ରାଉରକେଲା ଏନଆଇଟି ସମାବର୍ତ୍ତନ ସମାରୋହରେ ଦେବେ ଯୋଗ

ରାଉରକେଲା ୧୩/୦୮: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଏନଆଇଟି ରାଉରକେଲାର ସମାବର୍ତ୍ତନ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସକାଳ ‘୯ଟା ୧୫ରେ ରେଳ ଷ୍ଟେସନରେ ତ୍ରିରଙ୍ଗା ସହ ଆଜାଦି କୀ ମହୋତ୍ସବ ପାଳନ କରିବା ପରେ ୧୦ଟା ୪୫ରେ ରାଉରକେଲା ଏନଆଇଟିରେ ପହଞ୍ଚିବେ ।

ଆଜି ରାଉରକେଲା ଏନଆଇଟି ପାଳନ କରୁଛି ୧୯ ତମ ସମାବର୍ତ୍ତନ ଉତ୍ସବ । ଏହି ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଉରକେଲା ସହରରେ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଇ ଭାରତ ସରକାରଙ୍କ ତରଫରୁ ଆୟୋଜିତ ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀର ଲୋକାର୍ପଣ କରିବେ। ଏହାପରେ ଚାମ୍ବର ଅଫ୍ କମର୍ସ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ ।

ଅଗଷ୍ଟ ୧୪ରେ ଭୁବନେଶ୍ୱର ଠାରେ ବିଭାଜନ ବିଭୀଷିକା ସ୍ମରଣ ଦିବସ ପରିପ୍ରେକ୍ଷୀରେ ରେଳ ବିଭାଗ ତରଫରୁ ଆୟୋଜିତ ପ୍ରଦର୍ଶନୀର ଉଦଘାଟନ କରିବେ । ଏହାସହ ସେହିଦିନ ସନ୍ଧ୍ୟାରେ ବିଭାଜନ ବିଭୀଷିକା ସ୍ମରଣ ଦିବସ ଅବସରରେ ନୀରବ ଶୋଭାଯାତ୍ରାରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Spread the love