ଘାଟିକୁ ଓଲଟିଲା ମିନି ଟ୍ରକ ୩ ମୃତ

ଫୁଲବାଣୀ: କୋଟଗଡରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ କୃଟିବାଡି ଘାଟିକୁ ଓଲଟିଲା ମିନି ଟ୍ରକ, ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଊର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କୋଟଗଡ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଓରା ପଞ୍ଚାୟତ ଆଟାଲି ଗ୍ରାମରୁ ଭୋଜି ଖାଇବାକୁ ଏକ 407 ମିନିଟ୍ରକରେ 30ରୁ ଊର୍ଦ୍ଧ୍ବ ଲୋକେ ଯାତ୍ରା କରୁଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ମିନି ଟ୍ରକଟି କୃଟିବାଡି ଘାଟିକୁ ଓଲଟି ପଡିଥିଲା ।

Spread the love