ଲାଇକ୍, କମେଣ୍ଟ, ସେୟାର ନିଶା ନେଇଗଲା ୩ ଜୀବନ

ନୂଆଦିଲ୍ଲୀ : ଭିଡିଓ ରିଲସ୍‌ ମାୟାରେ ଯୁବପିଢ଼ି। ଏହି ରିଲସ୍‌ ମାଧ୍ୟମରେ ଲୋକପ୍ରିୟ ହେବା ପାଇଁ ଆଜିର ଯୁବକ-ଯୁବତୀମାନଙ୍କ ଦୁଃସାହସିକ କାର୍ଯ୍ୟ କରିବାକୁ ମଧ୍ୟ ପଛାଉ ନାହାନ୍ତି। ମାତ୍ର କେଇଟା ଲାଇକ୍, ସେୟାର ଓ କମେଣ୍ଟ ପାଇଁ ନିଜ ଜୀବନକୁ ମଧ୍ୟ ବିପଦ ମୁହଁକୁ ଠେଲି ଦେଉଛନ୍ତି। ଆଉ ନିମିଷକ ମଧ୍ୟରେ ଚାଲିଯାଉଛି ଜୀବନ। ଏମିତି ଏକ ଘଟଣା ଗାଜିୟାବାଦର ମସୁରୀ ଥାନା ଅଞ୍ଚଳରେ ଘଟିଛି। ରେଳ ଧାରଣାରେ ରିଲସ୍ କରିବା ବେଳେ ଲୌହ ଦାନବ ନେଇଯାଇଛି ଜୀବନ। ଟ୍ରେନରେ କଟି ୩ ଜଣଙ୍କ ଜୀବନ ଯାଇଛି। ରିଲ୍‌‌ କରିବା ସମୟରେ ଜଣେ ମହିଳା ଓ ଦୁଇ ଜଣ ପୁରୁଷଙ୍କ ଟ୍ରେନ୍‌‌ ଧକ୍କାରେ ମୃତ୍ୟୁ ହୋଇଛି। ରେଳବାଇ ଷ୍ଟେସନ ମାଷ୍ଟରଙ୍କ ନିକଟରୁ ପୁଲିସ ଏହି ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ମିଳିଥିବା ସୂଚନାନୁଯାୟୀ, ବୁଧବାର ରାତିରେ ଗାଜିୟାବାଦରୁ ଲଖନଉ ଯାଉଥିବା ଏକ ଏକ୍ସାପ୍ରେସ ଟ୍ରେନ ମସୁରୀର କଲ୍ଲୁ ଗଡି ରେଲୱେ କ୍ରସିଙ୍ଗ ନିକଟରେ ୩ ଜଣ ଭିଡିଓ କରୁଥିବା ସମୟରେ ଧାରଣାରେ ଟ୍ରେନ ଆସିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଫଳରେ ୩ ଜଣଙ୍କ ଜୀବନ ଚାଲିଯାଇଥିଲା। ଘଟଣାର ତଦନ୍ତ କରାଯାଉଛି।

Spread the love