ତୃତୀୟ ଲହରରେ ଅଧିକ ଶିଶୁ ହେବେ ଆକ୍ରାନ୍ତ, ବ୍ୟବସ୍ଥା ନେଇ ପ୍ରତିଦିନ ମନିଟରିଂ ଚାଲିଛି

ବର୍ତ୍ତମାନ ଶିଶୁ ଆକ୍ରାନ୍ତ ୧୦୦ ଉପରେ ରହୁଛି । ପ୍ରଥମ ଓ ଦ୍ୱିତୀୟ ଲହରରେ ମଧ୍ୟ ଶିଶୁ ସଂକ୍ରମଣ ଏଭଳି ରହୁଥିଲା । ଆମର ସ୍ୱତନ୍ତ୍ର ପ୍ରିକସନ ନେବାର ଅଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ସେହିପରି ଆନ୍ତର୍ଜାତିକ ଓ ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ଯେ, ତୃତୀୟ ଲହରରେ ଅଧିକ ଶିଶୁ ଆକ୍ରାନ୍ତ ହେବେ । ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ପିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଜେନେରାଲ ବେଡ଼, ଆଇସିୟୁ ବେଡ଼, ଏଚଡିୟୁ ବେଡ଼, ଭେଣ୍ଟିଲେଟର ପର୍ଯ୍ୟାପ୍ତ ପରିମାଣରେ ରଖାଯାଇଛି । ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟ, ସବ ଡିଭିଜନାଲ ହସ୍ପିଟାଲ, ସିଏଚସିଗୁଡ଼ିକରେ ଶିଶୁଙ୍କ ଲାଗି ସ୍ୱତନ୍ତ୍ର ବେଡ଼ ବ୍ୟବସ୍ଥା ହୋଇଛି । କୋଭିଡ ହସ୍ପିଟାଲଗୁଡ଼ିକରେ ମଧ୍ୟ ଶିଶୁଙ୍କ ଲାଗି ବେଡ଼ ସରଂକ୍ଷଣ କରାଯାଇଛି । ବର୍ତ୍ତମାନ ସ୍ଥିତିରେ କେହି ଆତଙ୍କିତ ହେବା ଅନୁଚିତ । ସରକାର ଏହାକୁ ପ୍ରତିଦିନ ମନିଟରିଂ କରୁଛନ୍ତି । ଯାହା ପଦକ୍ଷେପ ନେବା କଥା ନିଆଯାଉଛି ।

ସେପଟେ ଏବେ ପ୍ରକାଶ ହେଉଥିବା ମୃତ୍ୟୁ ଗତକାଲିର ମୃତ୍ୟୁ ନୁହେଁ । ଯାହା ଅଡିଟ ହେଉଛି, ତାହାକୁ ଦେଖାଯାଉଛି । ଅଡିଟ ସରିବା ପରେ ସବୁ ମୃତ୍ୟୁ ତଥ୍ୟ ସାର୍ବଜନୀନ କରାଯିବ । ଖୁବଶୀଘ୍ର ପୂର୍ବର ମୃତ୍ୟୁର ଅଡିଟ ସରିଯିବ । ବର୍ତ୍ତମାନ ସମୟରେ ଖୁବ କମ କରୋନା ଆକ୍ରାନ୍ତ ମୃତ୍ୟୁ ମୁଖରେ ପଡ଼ୁଛି ।

Spread the love