କରୋନାର ତୃତୀୟ ଲହରରେ ଟାର୍ଗେଟରେ ଥିଲେ ଯୁବପିଢି

ନୂଆଦିଲ୍ଲୀ ୦୩୦୨: କରୋନାର ତୃତୀୟ ଲହରରେ ଅଧିକ ସଂକ୍ରମିକ ହୋଇଛନ୍ତି ଦେଶର ଯୁବପିଢି । ସରକାରଙ୍କ ତଥ୍ୟ ଅନୁସାରେ ହାରାହାରି ୪୪ ବର୍ଷ ବୟସର ଯୁବପିଢି କରୋନାର ଏହି ଲହରରେ ତୁଳନାତ୍ମକ ରୁପେ ଅଧିକ ସଂକ୍ରମିତ ହୋଇଛନ୍ତି। ଏହାସହ ତୃତୀୟ ଲହରରେ ଚିକିତ୍ସା ପାଇଁ ଔଷଧର ବ୍ୟବହାର କମ ହୋଇଛି। ଆଇସିଏମଆରର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି, କରୋନା ଏହି ଲହରରେ ରୋଗୀଙ୍କ ନିକଟରେ ଗଳା ଦରଜର ଅଧିକ ଦେଖିବାକୁ ମିଳିଛି।

ଆଇସିଏମଆର ନିର୍ଦ୍ଦେଶକ କହିଛନ୍ତି, କରୋନାର ଗତ ଲହର ତୁଳନାରେ ହାରାହାରି ୪୪ ବର୍ଷ ବୟସ୍କର ଲୋକେ ଏହି ଲହରରେ ଅଧିକ ସଂକ୍ରମିତ ହୋଇଛନ୍ତି । ପୂର୍ବ ଲହରରେ ସଂକ୍ରମିତ ବ୍ୟକ୍ତିଙ୍କ ହାରାହାରି ବୟସ ୫୫ ବର୍ଷ ରହିଥିଲା। ନ୍ୟାସନାଲ କ୍ଲିନିକାଲ ରେଜିଷ୍ଟ୍ରୀରୁ ଏହି ତଥ୍ୟ ମିଳିଛି । ୩୭ଟି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସଂକ୍ରମିତଙ୍କ ଡାଟାକୁ ନେଇ ଏହା ପ୍ରସ୍ତୁତ କରାଯାଇଛି ।

ଏହାସହ ଭାର୍ଗବ କହିଛନ୍ତି, ଟିକାକରଣ ହୋଇଥିବା ଲୋକଙ୍କ ମୃତ୍ୟୁ ହାର ୧୦ ପ୍ରତିଶତ ଏବଂ ଟିକା ନେଇ ନଥିବା ଲୋକଙ୍କ ମୃତ୍ୟୁ ହାର ୨୨ ପ୍ରତିଶତ ଥିବା ରେକର୍ଡ କରାଯାଇଛି ।

Spread the love